ବୌଦ୍ଧରେ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଅନୁଷ୍ଠିତ ବୌଦ୍ଧ 

ବୌଦ୍ଧରେ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଅନୁଷ୍ଠିତ : ବୌଦ୍ଧ 

 

ଜେ. ବି. ଏନ୍, ରିପୋର୍ଟ, ସୁଦାମ ଚରଣ ସାହୁ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ, (୧୮/୦୩ /୨୦୨୧) ବୌଦ୍ଧ : ସ୍ଥାନୀୟ ଟାଉନ ହଲ୍‌ଠାରେ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଜ୍ୟୋସ୍ନା ଭୋଇ ଯୋଗ ଦେଇଥିଲେ । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ , ଡା . ପ୍ରଦୋଷ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ପ୍ରଦାନ କରିବା କୋଭିଡ ମହାମାରିର ମୁକାବିଲା କରିବା କ୍ଷେତ୍ରରେ ଆଶାକର୍ମୀଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ । ଚଳିତ ବର୍ଷ ନିମନ୍ତେ ଶ୍ରେଷ୍ଠ ଆଶା ଭାବେ ବୌଦ୍ଧ ବ୍ଲକର ସେବତୀ ମେହେର , ହରଭଙ୍ଗା ବ୍ଲକର ସସ୍ମିତା ଭୋକ୍ତା , କଂଟାମାଳ ବ୍ଳକର ଚିତ୍ରାବତୀ ରାଉତଙ୍କୁ , ସୁସ୍ଥ ଗାଁ ରୂପେ ବୌଦ୍ଧର ଋଷିବନ୍ଧ , ହରଭଙ୍ଗାର ଘୋରଡ଼ାମୁଣ୍ଡା , କଂଟାମାଳର ଘଟାପଡ଼ା , ତଥା ସୁସ୍ଥ ପଞ୍ଚାୟତ ଭାବେ ଯଥାକ୍ରମେ ଖଲିଆପାଲି , ରାମଗଡ଼ ଓ ଘଟାପଡ଼ା ପଞ୍ଚାୟତ କୁ ପୁରସ୍କାର ଅର୍ଥରାଶି ଭାବେ ଦଶହଜାର ଟଙ୍କା , ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା । ସ୍ବାସ୍ଥ୍ୟସେବାରେ ଗୋଷ୍ଠୀର ସହଭାଗିତା ହେବା କୁ ନେଇ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ଜିଲ୍ଲାର ପ୍ରାୟ ପାଂଚଶହରୁ ଉର୍ଦ୍ଧ ଆଶାକର୍ମୀ , ଅଙ୍ଗନବାଡ଼ି କର୍ମୀ , ଏ.ଏନ୍.ଏମ୍ .. ଫଚାୟତିରାଜ ପ୍ରତିନିଧି ତଥା ବହୁ ସରକାରୀ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ । ପରେପରେ ଆଶା ଓ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ କୁଇଜ୍ ପ୍ରତିଯୋଗିତା , କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା . ମଦନମୋହନ ପ୍ରଧାନ , ଏଡ଼ିଏମଓ ପରିବାର କଲ୍ୟାଣ ଡା . ଭଞ୍ଜ କିଶୋର ଦେଓ ହେମ୍ରମ , ଡା . କିଶୋର ଚନ୍ଦ୍ର ପଟ୍ଟନାୟକ , ଡିପିଏମ୍ ରୂପକ ମହାପାତ୍ର ଓ ସ୍ବାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ଵାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର ସଭାକାର୍ଯ୍ୟ ସଂଚାଳନ କରିଥିବା ବେଳେ ଆଶା ମ୍ୟାନେଜର ପ୍ରଫୁଲ୍ଲ କୁମାର ସାହୁ ଓ ଜିକେଏସ୍ ମ୍ୟାନେଜର ରଞ୍ଜନ କୁମାର ପରିଚ୍ଛା , ଜିଲ୍ଲା ଜନସ୍ବାସ୍ଥ୍ୟ ସୂଚନା ଅଧିକାରୀ ରବୀନ୍ଦ୍ର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

Recent Post

Live Cricket Update