ବିଜୁଳି ବିଭାଗ ର କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରି ଅଭିଯୁକ୍ତ ଗିରଫ 

ବିଜୁଳି ବିଭାଗ ର କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରି ଅଭିଯୁକ୍ତ ଗିରଫ 

(ଜେ ବି ଏନ /ସୁଶାନ୍ତ କୁମାର) ୧୮/୦୩ /୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ତଳମୂଳ ପାଟଣା ଗ୍ରାମରେ ବକେୟା ବିଦ୍ୟୁତ ବିଲ ଯନ୍ତ୍ରୀ ମାଗିବା ବେଳେ ତାଙ୍କୁ ଗାଳି ଗୁଳଜ କରିବା ଅଭିଯୋଗରେ ଅନିଲ କୁ ପୁଲିସ ଗିରଫ କରି କରିଛି। ପୁଲିସ ସୁତ୍ରରୁ ପ୍ରକାଶ ଯେ ଗତକାଲି ବଅଁରପାଳ ଟାଟା (TPCODL) ବିଦ୍ୟୁତ କମ୍ପାନୀର ବିଲ ଆଦାୟ ବିଭାଗର କନିଷ୍ଠ ଯନ୍ତ୍ରୀ ଗୋପାଳ ଚନ୍ଦ୍ର ପତି ଓ ତାଙ୍କ ବିଭାଗୀୟ କର୍ମଚାରୀ ମାନେ ତଳମୂଳ ପାଟଣା ଗ୍ରାମର ଅନିଲ ସାହୁ ଙ୍କୁ ତାଙ୍କର ବାକେୟା ବିଲ ପୈଠ କରିବାକୁ କହିଥିଲେ।

 

ମାର୍ଚ୍ଚ ମାସ ହୋଇଥିବାରୁ ବାକେୟା ବିଲ ଦେବାକୁ ତୁରନ୍ତ ଦେବାକୁ କହିବାରୁ ଗୋପାଳ ଚନ୍ଦ୍ର ପତିଙ୍କୁ ଓ ଅନ୍ୟ କର୍ମଚାରୀ ମାନଙ୍କୁ ଆଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ଼ ମାରିବା ପାଇଁ ଧମକ ଦେଇଥିଲେ। ଏନେଇ ବଅଁରପାଳ ଥାନାରେ ଗୋପାଳ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏନେଇ ମାମଲା ରୁଜ୍ଜୁ କରି ଆଜି ଅନିଲକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବିଦ୍ୟୁତ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି ଯେ ସଠିକ ସମୟରେ ବିଦ୍ୟୁତ ବିଲ ପୈଠ କରି ନିରବିଛିର୍ଣ ବିଦ୍ୟୁତ ସେବା ପାଆନ୍ତୁ ଓ ଆମକୁ ବିଲ ଆଦାୟରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି

Recent Post

Live Cricket Update