



ଟାଟା ବିଏସଏଲ ଟ୍ରେଡ଼ ୟୁନିୟନ ପକ୍ଷରୁ ଅନଶନ : ଢେଙ୍କାନାଳ
ପ୍ରତିଶୃତି ପରେ ଅନଶନ ପ୍ରତ୍ୟାହାର
(ଜେ ବି ଏନ /ସୁଶାନ୍ତ କୁମାର) ୧୮/୦୩ /୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଅଞ୍ଚଳରେ ଥିବା ଟାଟା ବିଏସଏଲ ଟ୍ରେଡ଼ ୟୁନିଅନ ଇଞ୍ଜିନିୟର ଦେବାଶିଷ ହୋତା ଙ୍କ ନେତୃତ୍ଵରେ ଅନଶନ ଚାଲିଛି। ସୂଚନା ମୁତାବକ ଟାଟା ବିଏସଏଲ କାରଖାନା ନିଜର ଶ୍ରମିକଙ୍କୁ ଖଟାଇ ତାଙ୍କର୍ ତଣ୍ଟି ଚିପି ବାରେ ଲାଗିଛି। ଇଞ୍ଜିନିୟର ହୋତା ଙ୍କ ଅଭିଯୋଗ ପୂର୍ବେ ଥିବା ଭୂଷଣ ଷ୍ଟିଲ ବର୍ତମାନ୍ ଟାଟା ବିଏସଏଲ ତାହାଠାରୁ ହୀନ। ଶ୍ରମିକ ଙ୍କ ଦରମା, ଫାଇନାଲ ଗ୍ରାଚୁଟି, ସ୍ଥାୟୀ ନିଯୁକ୍ତି ଓ ଆକସ୍ମିକ ଦୁର୍ଘଟଣା ର କ୍ଷତି ପୂରଣ ବାବଦରେ ଅବହେଳା କରିବା ଓ ପୂର୍ବରୁ କାରଖାନା ରେ ଥିବା ବର୍ଷା ଏଣ୍ଟରପ୍ରାଇଜ ର ଶ୍ରମିକ ଙ୍କ ପିଏଫ କ୍ଷତି ଭରଣ ପାଇଁ ଆଜି ଟାଟା କାରଖାନା ର ଗେଟ ମୁହଁରେ ଗ୍ରୀଷ୍ମ ଖରା ରେ ଅନଶନ କରି ବସି ରହିଛନ୍ତି। ସନ୍ଧ୍ୟା ୫ ଘଟିକା ସମୟରେ ଟାଟା ଷ୍ଟିଲ କମ୍ପାନୀ କତୃପକ୍ଷ ଧାରଣା ଗତ କର୍ମଚାରୀ ଓ ସ୍ଥାନୀୟ ପୋଲିସ ଙ୍କ ଉପସ୍ଥିତିରେ ଏହି ଅନଶନର ସମାଧାନ ନିମନ୍ତେ ଆସନ୍ତା ୧୫ ଦିନ ମଧ୍ୟରେ ଦାବି ପୂରଣ କରିବା ପାଇଁ ପ୍ରତିଶୃତି ଦେବା ପରେ ଧାରଣର ପ୍ରତ୍ୟାହାର କର୍ମଚାରୀ ମାନେ କରିଥିଲେ।