



ଭାରସାମ୍ୟ ହରାଇ କାର ପିଟିଲା ଦୋକାନ ସମ୍ମୁଖ ବିଦ୍ୟୁତ ଖୁଣ୍ଟିରେ
ଜେ ବି ଏନ, ୧୮/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ମହିଧରପୁର ହାଟ ଛକରେ ନିକଟରେ ଭାରସାମ୍ୟ ହରାଇ କାର ପିଟିଲା ଦୋକାନ ସମ୍ମୁଖ ବିଦ୍ୟୁତ ଖୁଣ୍ଟିରେ। ସୂଚନା ଅନୁଯାୟୀ ଭୋର ସକାଳ ସମୟରେ କାର ଓଡ଼ି୧୯ଯେ ୯୮୯୬ ଗାଡ଼ିଟି ସତମାଇଲ ପାର୍ଶ୍ୱରୁ ମହୀଧରପୁର ଦେଇ ଅନୁଗୁଳ ଯାଉଥିବା ସମୟରେ ମହୀଧରପୁର ହାଟ ଛକ ନିକଟରେ ଥିବା ଜୈନିକ ଦୋକାନ ସମ୍ମୁଖରେ ଥିବା ବିଦ୍ୟୁତ ଖୁଣ୍ଟିରେ ନିଜର ଭାରଶ୍ୟାମ ହରାଇ ପିଟି ହୋଇଥିଲା ସ୍ଵଭାଗ୍ୟ ବଶତଃ କାର ରେ ବସିଥିବା ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମହୀଧରପୁର ଫାଣ୍ଡି ପୁଲିସ ଗାଡ଼ିକୁ ଉଦ୍ଧାର କରିଥିଲା l