ଦେଶବ୍ୟାପୀ ୨୩ କୋଟିରୁ ଅଧିକ କୋଭିଡ ନମୁନା ପରୀକ୍ଷା କରାଯାଇଛି : ୩.୭ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି
ଗତ ୨୪ ଘଣ୍ଟା ମଧ୍ୟରେ ୨୦ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି
ଜେ ବି ଏନ, ୧୯/୦୩/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଦେଶବ୍ୟାପୀ କୋଭିଡ ନମୁନା ପରୀକ୍ଷାର ସଂଖ୍ୟା ଆଜି ୨୩ କୋଟିକୁ ଅତିକ୍ରମ କରିଯାଇଛି। ଆଜି ପର୍ଯ୍ୟନ୍ତ ମୋଟ ୨୩,୦୩,୧୩,୧୬୩ ନମୁନା ପରୀକ୍ଷା ହୋଇଛି ।
ଜାତୀୟ ପଜିଟିଭିଟି ହାର ଏବେ ବି ୫.୦୦% ତଳେ ରହିଛି । ଆଜି ଏହା ଅଛି ୪.୯୮% ।
ଭାରତରେ ଦିନକୁ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ୧୪୦ ନମୁନା ପରୀକ୍ଷା ହେଉଛି ଏବଂ ଆଜି ଦୈନିକ ପଜିଟିଭ୍ ହାର ରହିଛି ୩.୩୭% ।
ଅପରପକ୍ଷରେ ଭାରତରେ ମୋଟ ଟିକାକରଣ ୪ କୋଟି ଆଡ଼କୁ ଯାଉଛି ।
ଆଜି ସକାଳ ୭ଟା ପର୍ଯ୍ୟନ୍ତ ଦେଶରେ ୬,୧୫,୨୬୭ ସେସନରେ ୩,୭୧,୪୩,୨୫୫ ଡୋଜ୍ ଟିକା ଦିଆଯାଇଛି ।
ଏଥି ମଧ୍ୟରେ ରହିଛି, ୭୫,୬୮,୮୪୪ ଏଚସିଡବ୍ଲୁ୍ୟ (ପ୍ରଥମ ଡୋଜ୍), ୪୬,୩୨,୯୪୦ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୭୭,୧୬,୦୮୪ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍) ଏବଂ ୧୯,୦୯,୫୨୮ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ୪୫ ବର୍ଷରୁ ଅଧିକ ବୟସର ଦୁରାରୋଗ୍ୟରେ ଆକ୍ରାନ୍ତ ୨୪,୫୭,୧୭୯ ହିତାଧିକାରୀ (ପ୍ରଥମ ଡୋଜ୍) ଏବଂ ୬୦ ବର୍ଷରୁ ଅଧିକ ବୟସର ୧,୨୮,୫୮,୬୮୦ ଜଣ ହିତାଧିକାରୀଙ୍କ ଟିକାକରଣ ।
HCWs
FLWs
45 to <60 years with Co-morbidities
Over 60 years
Total
1st Dose
2nd Dose
1st Dose
2nd Dose
1st Dose
1st Dose
75,68,844
46,32,940
77,16,084
19,09,528
24,57,179
1,28,58,680
3,71,43,255
ଟିକାକରଣର ୬୧ ତମ ଦିବସ (୧୭ ମାର୍ଚ୍ଚ ୨୦୨୧)ରେ ୨୦ ଲକ୍ଷ (୨୦,୭୮,୭୧୯)ରୁ ଅଧିକ ଡୋଜ୍ ଟିକା ଦିଆଯାଇଛି ।
ଏହା ମଧ୍ୟରୁ ୨୮,୪୧୨ ସେସନରେ ୧୭,୩୮,୭୫୦ ଜଣ ହିତାଧିକାରୀଙ୍କ ପ୍ରଥମ ଡୋଜ୍ (ଏଚସିଡବ୍ଲୁ ଓ ଏଫଏଲଡବ୍ଲୁ) ଏବଂ ୩,୩୯,୯୬୯ ଏଚସିଡବ୍ଲୁ ଓ ଏଫଏଲଡବ୍ଲୁ ଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।
Date:17th March,2021
HCWs
FLWs
45to<60yearswithCo-morbidities
Over60years
Total Achievement
1stDose
2ndDose
1stDose
2nd Dose
1stDose
1stDose
1stDose
2ndDose
62,689
78,085
1,16,054
2,61,884
2,90,771
12,69,236
17,38,750
3,39,969
ଭାରତରେ ମୋଟ ସକ୍ରିୟ କରୋନା ମାମଲା ଆଜି ୨,୫୨,୩୬୪ରେ ପହଞ୍ଚିଛି । ମୋଟ ପଜିଟିଭ୍ ମାମଲାର ଏହା ୨.୨୦% । ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ସିଧାସଳଖ ୧୭,୯୫୮ ହ୍ରାସ ହୋଇଛି ।
ତଳେ ଦିଆଯାଇଥିବା ଗ୍ରାଫ ଭାରତର କୋଭିଡ-୧୯ ସ୍ଥିତିକୁ ସୂଚାଉଛି ।
ପାଞ୍ଚଟି ରାଜ୍ୟ; ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ତାମିଲନାଡ଼ୁରେ ଦୈନିକ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ନୂଆ କରୋନା ମାମଲାରୁ ୭୯.୫୪% ଏହି ପାଞ୍ଚଟି ରାଜ୍ୟରୁ ଆସିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୫,୮୭୧ ନୂଆ କରୋନା ମାମଲା ଆସିଛି ।
ମହାରାଷ୍ଟ୍ରରେ ସର୍ବାଧିକ ଗୋଟିଏ ଦିନରେ ୧୬,୬୨୦ (ଦୈନିକ ନୂଆ କରୋନା ମାମଲାର ୬୩.୬୧%) ଆସିଛି । ଏହା ପଛକୁ କେରଳରେ ୧୭୯୨ ଓ ପଞ୍ଜାବରେ ୧୪୯୨ ମାମଲା ଆସିଛି ।
ଆଠଟି ରାଜ୍ୟରେ ଦୈନିକ କରୋନା ମାମଲା ବୃଦ୍ଧି ପାଉଥିବା ସ୍ପଷ୍ଟ ଜଣାପଡ଼ିଛି । ଏସବୁ ରାଜ୍ୟ ହେଲା ମହାରାଷ୍ଟ୍ର, ତାମିଲନାଡ଼ୁ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ ଏବଂ ହରିଆନା ।
କେରଳରେ ଗତ ଏକ ମାସ ହେଲା କରୋନାର ଧାରା ନିମ୍ନମୁଖୀ ହୋଇ ରହିଛି ।
ଆଜି ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୧୦,୬୩,୦୨୫ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ରହିଛି ୯୬.୪୧% । ଗତ ୨୪ ଘଣ୍ଟା ମଧ୍ୟରେ ୧୭,୭୪୧ ଜଣ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ୧୭୨ ଜଣଙ୍କ ମୃତ୍ୟୁ ହୋଇଛି ।
ନୂଆ ମୃତ୍ୟୁ ମଧ୍ୟରୁ ୮୪.୮୮% ହୋଇଛି ପାଞ୍ଚଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୮୪ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପଞ୍ଜାବରେ ୩୫ ଜଣ ଏବଂ କେରଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି ।
ମୃତ୍ୟୁ ହାର ୧.୫% ରୁ ତଳେ (୧.୩୯%) ରେ ରହିଛି ଏବଂ କ୍ରମେ ହ୍ରାସ ପାଉଛି ।
୧୮ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କରୋନା ମୃତ୍ୟୁ ହୋଇନାହିଁ । ଏସବୁ ହେଲା; ରାଜସ୍ଥାନ, ଆସାମ, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଓଡ଼ିଶା, ଝାଡ଼ଖଣ୍ଡ, ପୁଡୁଚେରୀ, ଲାକ୍ଷାଦ୍ୱୀପ, ସିକିମ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ମଣିପୁର, ଦାଦ୍ରା ଓ ନଗର ହାବେଲି ଏବଂ ଦାମନ ଓ ଡିଉ, ମେଘାଳୟ, ନାଗାଲାଣ୍ଡ, ତ୍ରିପୁରା, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।