ଭାରତୀୟ ହ୍ୟାଣ୍ଡଲୁମ ଓ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ ମେଳା ଆରମ୍ଭ 

 ଭାରତୀୟ ହ୍ୟାଣ୍ଡଲୁମ ଓ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ ମେଳା ଆରମ୍ଭ 

 

ଜେ ବି ଏନ, ୧୯/୦୩ ୨୦୨୧, ରିପୋର୍ଟ, : ମଦନ ସାହୁ, ନାଲକୋ/ଅନୁଗୋଳ : ନାଲକୋନଗର ଗିରାଙ୍ଗ ଛକ ନିକଟ ରାମମନ୍ଦିର ସମ୍ମୁଖ ପଡ଼ିଆରେ ବୁଧବାର ସନ୍ଧ୍ୟାରେ ଭାରତୀୟ ହ୍ୟାଣ୍ଡଲୁମ ଓ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ ମେଳା ଆରମ୍ଭ ହୋଇଛି । ଆଞ୍ଚଳିକ ଟ୍ରକ୍ ମାଲିକ ସଂଘ ସଭାପତି ପ୍ରଭାସ ସାମଲ , ସମ୍ପାଦକ ରଞ୍ଜିତ ଗଡ଼ନାୟକ ଅତିଥି ରୂପେ ଯୋଗଦେଇ ମେଳା ଉଦ୍‌ଘାଟନ କରିଥିଲେ । ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ମାଟିରେ ତିଆରି ସାମଗ୍ରୀ , ଘର ଉପରକରଣ , ରାଜସ୍ଥାନୀ , କଶ୍ମୀରୀ ପୋଷାକ , ଉତ୍ତର ପ୍ରଦେଶ ପିତଳ ସାମଗ୍ରୀ , ଖଦିବସ୍ତ୍ର , ବନାରସୀ , ସମ୍ବଲପୁର ଶାଢ଼ି ପ୍ରଭୃତି ବିକ୍ରି ହେଉଥିବା ଦେଖାଯାଇଛି । ଦିନ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ମେଳା ଚାଲୁରହିଥିବା ଆୟୋଜକ କମିଟି ସୂଚନା ଦେଇଛି ।

Recent Post

Live Cricket Update