ଓଭର ହେଡ ଟ୍ଯାଙ୍କ ଅଛି,ପାଇପ ପାଣି ସାତସପନ 

ଓଭର ହେଡ ଟ୍ଯାଙ୍କ ଅଛି,ପାଇପ ପାଣି ସାତସପନ 

ସାହ୍ଳେପାଲି ଗ୍ରାମ ରେ ପାନୀୟ ଜଳ ଯୋଗାଣ ବିପର୍ଯ୍ୟସ୍ତ 

ବରଗଡ଼ :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ସାହ୍ଳେପାଲି ଗ୍ରାମ ରେ ଅଛି ଓଭର ହେଡ ପାଣି ଟ୍ଯାଙ୍କ । କିନ୍ତୁ ଗ୍ରାମବାସୀ ଙ୍କୁ ମିଳୁନି ପାଇପ ଯୋଗେ ପିଇବା ପାଣି । ଏପରି ପାନୀୟ ଜଳ ସମସ୍ୟା ର ଏକ ଚିତ୍ର ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ଭୈନାତୋରା ଗ୍ରାମପଞ୍ଚାୟତ ସାହ୍ଳେପାଲି ଗ୍ରାମ ରେ । ଚଳିତ ମାର୍ଚ୍ଚ ଆରମ୍ଭ ରୁ ଖରାର ପ୍ରକୋପ ବୃଦ୍ଧି ପାଇବାରୁ ଏହି ଗ୍ରାମ ରେ ପାନୀୟ ଜଳ ସମସ୍ୟା ଆଗ କୁ ଆହୁରି ଜଟିଳ ପରିସ୍ଥିତି ହୋଇପାରେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ପ୍ରାପ୍ତ ସୂଚନା ଯୋଗ୍ୟ ଯେ ସାହ୍ଳେପାଲି ଗ୍ରାମ ରେ ବସବାସ କରୁଥିବା ଅଧିକାଂଶ ଗରିବ ଶ୍ରେଣୀ ଅଟନ୍ତି । ଏହି ଗ୍ରାମ ର ଭାଗବତ ପିଣ୍ତା,ବିନକର ପଡା,ଦର୍ରାଖଚା,ସେବକ ପଡା,ମଝାଖୋଲ,ଅମ୍ବାବୋରାଇ ଡୁବୁରୀପଡା,ଡିପାପଡା ଙ୍କୁ ପାଇପ ଯୋଗେ ଷ୍ଟାଣ୍ତ ପୋଷ୍ଟ ଦିଆଯାଇଛି । କିନ୍ତୁ ଗ୍ରାମ ସ୍କୁଲ ର ଓଭର ଟ୍ଯାଙ୍କ ରୁ ପାଇପ ପାଣି ଆସୁ ଆସୁ ସରିଯାଉଛି । କୌଣସି ପଡା କୁ ଠିକ ଭାବେ ପାଇପ ଯୋଗେ ପାଣି ପହଞ୍ଚି ପାରୁନାହିଁ । ଗ୍ରାମ ର ୩୦ଟି ଘର କୁ ଘରୋଇ ପାଇପ ଜଳ ଯୋଗାଣ ଦିଆଯାଇଛି । ଗ୍ରାମବାସୀ ଙ୍କ କହିବା ଅନୁସାରେ ଯେ ଷ୍ଟାଣ୍ତ ପୋଷ୍ଟ କମ ଘରୋଇ ସଂଯୋଗ ହେତୁ ଅନେକ ଲୋକ ଅଧିକ ପାଣି ନେବାପାଇଁ ଟୁଲୁ ମୋଟର  ପମ୍ପ ଲଗାଇ ପାଣି ଚୋରି କରୁଛନ୍ତି ।  ଗ୍ରାମ ର ଜନୈକ ଶିକ୍ଷକ ଟୁଲୁ ମୋଟର ପମ୍ପ ଲଗାଇ ପାଣି ଚୋରି କରୁଥିବା ଧରାପଡିଥିଲେ ମଧ୍ୟ ଗ୍ରାମ୍ଯ ଜଳଯୋଗାଣ କମିଟି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଏବାବଦରେ ବାରମ୍ବାର  ଗ୍ରାମବାସୀ ଭୌନାତୋରା ଗ୍ରାମପଞ୍ଚାୟତ ସରପଞ୍ଚ ଗୌତମ ଦେହେରୀ ଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସମସ୍ୟା ସମାଧାନ ହୋଇପାରୁନଥିବାରୁ ଗ୍ରାମବାସୀ ପାନୀୟ ଜଳ ଘୋର ଅଭାବ ଦେଖାଦେଇଛି । ଗ୍ରାମ ର ଏଭଲି ପରିସ୍ଥିତି ଯୋଗୁଁ ପୋଖରୀ ଓ ଅନ୍ଯ ଘର ଉପରେ ଭରସା  କରିବାକୁ ପଡୁଛି । ପ୍ରବଳ ଖରାରେ ପ୍ରାୟ ଏକ କିଲୋମିଟର ଦୂର କୁ ଯାଇ ପିଇବା ପାଣି ସଂଗ୍ରହ କରିବାକୁ ପଡୁଛି ବୋଲି ଗ୍ରାମ ର ମହିଲା ମାନେ ଅଭିଯୋଗ କରିଛନ୍ତି । ଗ୍ରାମ ର ଅଧିକାଂଶ ନଳ କୂପ ରେ ପାଣି ବାହାରୁ ନାହିଁ ଏବଂ ମରାମତି ଅଭାବ ଯୋଗୁଁ ଷ୍ଟାଣ୍ତ ପୋଷ୍ଟ କୁ ଭଙ୍ଗାରୁଜା ଅବସ୍ଥାରେ ପଡିରହିଛି । ଗ୍ରାମ ର ଜଳ ପ୍ରକଳ୍ପ ର ସୋଲାର ଗୁଡିକ ମରାମତି ଅଭାବ ଯୋଗୁଁ ଖତ ଖାଉଛି । ସେହିପରି ଗାଁ ଭାଗବତ ପିଣ୍ତା ରେ ନଳ କୂପ ରେ ସୋଲାର ପମ୍ପ ଲଗାଇଥିଲେ ମଧ୍ୟ ଭୂ ନିମ୍ନ ଜଳ ସ୍ତର କମି ହେତୁ ପାଣି ବାହାରୁ ନାହିଁ ।   ଏ ସଂପର୍କରେ ସ୍ଥାନୀୟ ସରପଞ୍ଚ ଗୌତମ ଦେହେରୀ ଙ୍କୁ ଯୋଗାଯୋଗ କରିବାରୁ  ସାହ୍ଳେପାଲି ଗ୍ରାମ ଜଳ ସମସ୍ୟା ଅଭିଯୋଗ ଆସିଛି । ଗ୍ରାମବାସୀ ପାନୀୟ ଜଳ ସମସ୍ୟା ଦୃଷ୍ଟି ରୁ  ସୁବ୍ଯବସ୍ଥା କରିବି ବୋଲି କହିଛନ୍ତି । ତେବେ ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Recent Post

Live Cricket Update