ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ : ବୌଦ୍ଧ 

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ : ବୌଦ୍ଧ 

 

ଜେ. ବି. ଏନ୍, ରିପୋର୍ଟ, ସୁଦାମ ଚରଣ ସାହୁ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ, (୧୯/୦୩/୨୦୨୧) ବୌଦ୍ଧ : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି l ଶ୍ରୀମତୀ ବବିତୀରାଣୀ ଦଳବେହେରା , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା , ଶ୍ରୀ ଇମାନୁଏଲ ସୋରଂଗ , ଉପ ନିର୍ଦ୍ଦେଶକ , ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ , ବୌଦ୍ଧ ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ତା . ୧୯/୦୩/୨୦୨୧ ରିଖରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଜିଲ୍ଲା କାର୍ଯ୍ୟାଳୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଉଦଘାଟନ ହୋଇ ଯାଇଛି । ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗ ନୋଟିଫିକେସନ ସଂଖ୍ୟା 3029 ତା .୨୪/୦୪ /୨୦୨୧ଏବଂ ପଶ୍ଚିମ ଓଡିଶା ବିକାଶ ପରିଷଦର ଚିଠି ସଂଖ୍ୟା 1490 ତା .୦୮/୦୩ /୨୦୨୧ ଅନୁସାରେ ପଶ୍ଚିମ ଓଡିଶାର ୧୧ଗୋଟି ଜିଲ୍ଲାରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଏକ ସ୍ବତନ୍ତ୍ର କାର୍ଯ୍ୟାଳୟ ଚାଲୁ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ଏହି ନିର୍ଦ୍ଦେଶ ଅନୁସାରେ ଏହି କାର୍ଯ୍ୟାଳୟର ଅଫିସର ଇନ୍ଚ ଚାର୍ଚ୍ଚ ଭାବେ ଉପ ନିର୍ଦ୍ଦେଶକ , ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ , ବୌଦ୍ଧକୁ ଦାୟିତ୍ବ ଦିଆ ଯାଇଥିବା ବେଳେ ଜିଲ୍ଲାର ଜିଲ୍ଲାପାଳ ଏହାର ପ୍ରଶାସନିକ ନିୟନ୍ତ୍ରକ ଭାବେ ଦାୟିତ୍ବ ତୁଲାଇବେ । ଏହି କାର୍ଯ୍ୟାଳୟର ସୁପରିଚାଳନା ନିମନ୍ତେ ଆଉଟ ସୋର୍ସ ସଂସ୍ଥା ମାଧ୍ୟମରେ ଜଣେ ଡାଟା ଏଣ୍ଡି ଅପରେଟର ଏବଂ ଜଣେ ମେସେଜର ତଥା ଅଫିସ ଆଟେଣ୍ଡାଣ୍ଟ ନିଯୁକ୍ତିର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟାଳୟ ଖୋଲିବା ଦ୍ବାରା ଜିଲ୍ଲାରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟ ତ୍ବରାନ୍ବିତ ହୋଇ ପାରିବ ।

 

Recent Post

Live Cricket Update