Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Search
Close this search box.

ଏକଦିବସୀୟ ଦିବ୍ଯାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ 

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

ଏକଦିବସୀୟ ଦିବ୍ଯାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଜେ. ବି. ଏନ୍, ରିପୋର୍ଟ, ବିନୋଦ କୁମାର ନାୟକ/ଶୁଭମ ପାଣି, ( ୧୯/୦୩/୨୦୨୧), ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ମନ୍ଦାର ପ୍ରାଥମିକ ବିଦ୍ୟାଳୟ ରେ ଏକଦିବସୀୟ ଦିବ୍ଯାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ତାଲିମ୍ କାର୍ଯ୍ୟକ୍ରମ ଗନ୍ଦିଆ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ମନ୍ଦାର ପ୍ରାଥମିକ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ କୁ ଆଖଣ୍ଡଳମଣି ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ର ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ତାଲିମ କାର୍ଯ୍ୟ ଆରମ୍ଭ କରିଥିଲେ। କାର୍ଯ୍ୟ କ୍ରମରେ ରେ ବି,ଆର୍,ଟି ବିଜୟ କୁମାର ସ୍ବାଇଁ, ପ୍ରକାଶ ଚନ୍ଦ୍ର ରାଉତ, ଗୋବିନ୍ଦ ଚନ୍ଦ୍ର ନାୟକ ସାଧଧ କର୍ମୀ ରୂପେ ତାଲିମ୍ ପ୍ରଦାନ କରିଥିଲେ। ଅନ୍ତର୍ନିବେଶୀ ସ୍ବେଛାସେବୀ ସୁଭଦ୍ରା ପୋଥାଳ ସହାୟତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଉପସ୍ଥିତ ହୋଇ ଦିବ୍ଯାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ସରକାର ଦେଇଥିବା ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ। ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ଏହି ପିଲାମାନଙ୍କୁ ସମସ୍ତେ ସହଯୋଗ କରି ମୁଖ୍ଯ ଶ୍ରୋତ କୁ ଆଣିବା ପାଇଁ ଅନୁରୋଧ କରିଥିଲେ। ସମଗ୍ର ଶିକ୍ଷା ମାଧ୍ୟମରେ ଦିଆଯାଉଥିବା ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ। ନୂଆଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୁଗଳ କିଶୋର ଦାଶ୍ ସ୍ଥାନୀୟ ସି ଆର ସି ସି ବଳରାମ ବେହେରା ଓ ଷଡ଼ଙ୍ଗୀ ମନ୍ଦାର କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ହୋଇ ଆଲୋଚନା କରିଥିଲେ। ଶିକ୍ଷୟିତ୍ରୀ ଅନିତା ଦାସ ସକ୍ରୀୟ ସହଯୋଗ କରିଥିଲେ। ଏ‌ହି ଶିବିରରେ ଏକାବନ ଜଣ ଯୋଗଦାନ କରିଥିଲେ। ଶିକ୍ଷକ ସର୍ବେଶ୍ଵର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଗନ୍ଦିଆ ବ୍ଳକ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସଂସାର ଭୋଇ ପରି ଦର୍ଶନ କରିବା ସହ ଅନେକ ଦିଗ୍ ଦର୍ଶନ ଦେଇଥିଲେ।

Recent Post

Live Cricket Update

You May Like This

× How can I help you?