କଂଗ୍ରେସ ରେ ବଢୁଛି ସୁଦିପ୍ ଙ୍କ ଗୁରୁତ୍ୱ:ସୁଦିପ୍ ମିଶ୍ର ଙ୍କୁ ଅନୁଗୋଳ ନଗର କଂଗ୍ରେସ ସଭାପତି ଦାୟିତ୍ଵ 

କଂଗ୍ରେସ ରେ ବଢୁଛି ସୁଦିପ୍ ଙ୍କ ଗୁରୁତ୍ୱ:ସୁଦିପ୍ ମିଶ୍ର ଙ୍କୁ ଅନୁଗୋଳ ନଗର କଂଗ୍ରେସ ସଭାପତି ଦାୟିତ୍ଵ 

ଜେ ବି ଏନ, ୧୯/୩/୨୧, ରିପୋର୍ଟ, ଚୈତନ୍ୟ ସାହୁ, ଅନୁଗୋଳ : ଅନୁଗୋଳ ଜିଲ୍ଲା ର ଉଦୀୟମାନ ଯୁବ ନେତା ସୁଦିପ୍ ମିଶ୍ର (ଲାଟା) ଙ୍କ ଗୁରୁତ୍ୱ ଓ ସଂପ୍ରତି କଂଗ୍ରେସ ଦଳ ରେ ବଢିବା କୁ ଲାଗିଛି।ସୁଦିପ୍ ପୁର୍ବରୁ ଛାତ୍ର ଓ ଯୁବ କଂଗ୍ରେସ ର ବହୁ ଗୁରୁତ୍ୱପୁର୍ଣ ଦାଇତ୍ୱ ନେଇଥିଲେ ଏବଂ ୨୦୧୮ ମସିହା ରେ ଅନୁଗୋଳ ଜିଲ୍ଲା ର ଛାତ୍ର ନେତା ଭାବରେ ମଧ୍ୟ ବିବେଚିତ ହୋଇଛନ୍ତି।ଗତ କିଛି ବର୍ଷ ହେବ ଲଗାତର ଭାବେ ସୁଦିପ୍ ଙ୍କୁ ଗୋଟିଏ ପରେ ଗୋଟିଏ ଦାୟିତ୍ଵ ମିଳିଆସୁଛି।ସାଂଗଠନିକ କ୍ଷମତା,କଠିନ ପରିଶ୍ରମ ଏବଂ ଦଳ ପ୍ରତି ସମର୍ପିତ ମନୋଭାବ ଯୋଗୁଁ ତାଙ୍କୁ ପ୍ରଦାନ କରାଯାଇଥିବା ସମସ୍ତ ଦାୟିତ୍ଵ କୁ ସୁଚାରୁ ରୁପେ ତୁଲାଇବାରେ ସଫଳ ହୋଇ ପାରିଛନ୍ତି।ସୁଦିପ୍ ନଗର କଂଗ୍ରେସ ର କାର୍ଯ୍ୟକାରି ସଭାପତି ଥିଲା ସମୟ ରେ ଅନୁଗୋଳ ଜିଲ୍ଲା ର ରାଜରାସ୍ତା ର ଅସୁବିଧା ପରି ଅନେକ ସମସ୍ୟା କୁ ନେଇ ଆମରଣ ଅନଶନ ର ମଧ୍ୟ ବସିଥିଲେ ।୧୯/୩/୨୧ ତାରିଖ ରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ର ବିଭିର୍ଣ ପଦ ପଦବୀ ପାଇଁ ନାମ ଘୋଷଣା ହୋଇଥିଲା..ଏଥିରେ ଅନୁଗୋଳ ନଗର କଂଗ୍ରେସ ର ସଭାପତି ଭାବେ ସୁଦିପ୍ ଙ୍କ ନାମ ଘୋଷଣା ପରେ କେବଳ କଂଗ୍ରେସ ଦଳୀୟ କର୍ମି ଓ ସମର୍ଥକ ନୁହେଁ ବରଂ ଅନୁଗୋଳ ସହରର ଯୁବପିଢୀ ଙ୍କ ମଧ୍ୟରେ ପ୍ରବଳ ଉସ୍ଚାହ ଦେଖିବା କୁ ମିଳିଛି ।ଦେଖିବା କୁ ଗଲେ ଲମ୍ବା ରାଜନ୍ୟୈତିକ ଜୀବନୀ ଭିତରେ ସୁଦିପ୍ ସାଧାରଣ ଯୁବକ ଯୁବତୀ ଙ୍କ ସମୁହ ସ୍ବାର୍ଥ ପାଇଁ ଲଢେଇ କରୁଥିବା ଜଣେ ଲଢୁଆ ଯୁବ ନେତା ର ପରିଚୟ ସୃଷ୍ଟି କରିପାରିଛନ୍ତି।

ଅନୁଗୋଳ ସ୍ୱଂୟଶାସିତ ମହାବିଦ୍ୟାଳୟ ର ଛାତ୍ର ସଂସଦ କ୍ରୀଡା ସମ୍ପାଦକ ଭାବେ ସୁଦିପ୍ ଙ୍କ ଛାତ୍ର ରାଜନୀତି ଆରମ୍ଭ ହୋଇଥିଲା ।ଏହାପରେ ଛାତ୍ର ସଂସଦ ର ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ ।ଅନୁଗୋଳ ଜିଲ୍ଲା ରେ ରାଜୀବଗାନ୍ଧୀ ଛାତ୍ର ସଂଗଠନ ର ସଭାପତି ଦାଇତ୍ୱ ମିଳିଥିଲା,ପରେ ସୁଦିପ୍ ଲଗାତର ଭାବେ ୩ଥର ଛାତ୍ର କଂଗ୍ରେସ ସଭାପତି ପାଇଁ ଚୟନ ହୋଇଥିଲେ।ଅନୁଗୋଳ ଜିଲ୍ଲା ରେ ବୃଦ୍ଧି ପାଉଥିବା ବେକାରୀ ସମସ୍ୟା ବିରୋଧ ରେ ଲଢେଇ ଠାରୁ ଧର୍ମଘଟ ଡାକରା ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ବିରୋଦ୍ଧ ରେ ଆନ୍ଦୋଳନ ତାଙ୍କୁ ଜଣେ ପ୍ରତିଭାବାନ ଯୁବନେତା ର ପରିଚୟ ଦେଇପାରିଥିଲା।ଫଳରେ ରାଜ୍ୟ ଯୁବ କଂଗ୍ରେସ ର ମୁଖ ପାତ୍ର ଦାଇତ୍ୱ ମଧ୍ୟ ମିଳିଥିଲା । ଏବଂ କେବଳ ଛାତ୍ର ରାଜନୀତି ମଧ୍ୟରେ ନିଜ କୁ ସୀମିତ ନ ରଖି ସେ ଶ୍ରମିକ ସମସ୍ୟା ନେଇ ଆନ୍ଦୋଳ‌ନ କରିଥିଲେ।ଏଣୁ ଯୁବ ଶ୍ରମିକ କଂଗ୍ରେସ ର ଅନୁଗୋଳ ଜିଲ୍ଲା ସଭାପତି ଦାଇତ୍ୱ ମିଳିଲା।ଏବେ ଅନୁଗୋଳ ନଗର କଂଗ୍ରେସ ର ସଭାପତି ଦାଇତ୍ୱ ମିଳିବା ପରେ ସେ ବେଶ ଉସ୍ଚାହିତ ଥିବା କହିଛନ୍ତି ସୁଦିପ୍।ଅନୁଗୋଳ ର ସମୁହ ସ୍ବାର୍ଥ ପାଇଁ ସାଲିସ ବିହୀନ ସଂଗ୍ରାମ ଜାରି ରହିବ ବୋଲି ସୁଦିପ୍ କହିବା ସହ ନୁଆଁ ଦାଇତ୍ୱ ପାଇଁ ପିସିସି ସଭାପତି ନିରଞ୍ଚନ ପଟ୍ଟନାୟକ,ପୁର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳ,ଜିଲ୍ଲା ସଭାପତି ବିପ୍ଳବ ଜେନା ଙ୍କ ଧନ୍ୟବାଦ ଜଣାଇଛନ୍ତି।

Recent Post

Live Cricket Update