ଅନୁଗୋଳରେ ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

ଅନୁଗୋଳରେ ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

ଜେ. ବି. ଏନ୍, ରିପୋର୍ଟ, ସୁଶୀଲ କୁମାର ଆଇଚ, (୧୯/୦୩/୨୦୨୧) ଅନୁଗୋଳ : ଅନୁଗୋଳରେ ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । କରୋନାର ୨ୟ ଲହରୀକୁ ଦୃଷ୍ଟିରେ ରଖି ଆମକୁ ଯଥେଷ୍ଟ ସଚେତନ ଓ ସତର୍କ ହୋଇ ଏହି ଦିବସକୁ ପାଳନ କରିବାକୁ ପଡିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଏହି ଦିବସର କାର୍ଯ୍ୟକ୍ରମଗୁଡିକୁ ସଫଳ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଚଳିତ ବର୍ଷ ଅନୁଗୋଳ ଉଚ୍ଚ ବିଦ୍ୟାଳୟ ଠାରେ ଉଚ୍ଚବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଓଡିଆ ବସ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଅଛି । ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତି ଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ପାଇବେ । ପ୍ରତ୍ୟୁଷରେ ରେକର୍ଡ ଯୋଗେ ଉତ୍କଳ ବନ୍ଦନା ଗାନ କରାଯାଇ ସହର ପରିକ୍ରମା କରାଯିବ ଏବଂ ସହରରେ ଥିବା ବରପୁତ୍ରମାନଙ୍କ ର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା । ଉକ୍ତ ଦିବସ ପୂର୍ବରୁ ବରପୁତ୍ର ମାନଙ୍କ ପ୍ରତି ମୂହାଁ ମାନଙ୍କୁ ମରାମତି ଓ ରଂଗ କରିବାକୁ ବିଭାଗୀୟ ଅଧିକାରୀ ଏବଂ ଅନୁଷ୍ଠାନମାନଙ୍କୁ ପରାମର୍ଶ ଦିଆଯାଇଛି । ଅନୁଗୋଳ ବ୍ଲଡ ବ୍ୟାଙ୍କ ଓ ସ୍ୱେଚ୍ଛାକୃତ ରକ୍ତଦାତ । ସଂଘର ମିଳିତ ଉଦ୍ୟମରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଛି । ଉତ୍କଳ ଦିବସ ସଂଧ୍ୟାରେ ସଭାଘର ପରିସରରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉତ୍କଳ ଦିବସ ଦିନ ଜିଲ୍ଲାର ସମସ୍ତ ସରକାରୀ , ବେସରକାରୀ , ଶିଳ୍ପ ସଂସ୍ଥା , ବ୍ୟାଙ୍କ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ଆଲୋକମାଳା ସଜାଇବା ପାଇଁ ବ ଭାଗୀୟ କର୍ମକର୍ତ୍ତାକୁ ଅନୁରୋଧ କରାଯାଇଛି । ଏହି ଅବସରରେ ମହାତ୍ମାଗାନ୍ଧୀକ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ , ଓଡିଆ ଆନୁକୁଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ଓ ଜିଲ୍ଲା ସଂସ୍କୃତି ପରିଷଦ , ଅନୁଗୋଳ ଗାନ୍ଧିଙ୍କ ଓଡ଼ିଶା ଚଳିତ ମାସ ୨୩ ତରିଖ ସଂନ୍ଧ୍ୟାରେ ସ୍ଥାନୀୟ ସଭାଘର ଠାରେ ଅନୁଷ୍ଠିତ ହେବ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅତି ରିକ୍ତ ଜିଲ୍ଲାପାଳ ଜନସାଧାରକୁ ଅନୁରୋଧ କରିଛନ୍ତି।

Recent Post

Live Cricket Update