ଚାକିରି ନାମରେ ଠକେଇ ଅଭିଯୋଗ : ଜାମସେଦପୁରରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ : ୫ ଗିରଫ

ଚାକିରି ନାମରେ ଠକେଇ ଅଭିଯୋଗ : ଜାମସେଦପୁରରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ : ୫ ଗିରଫ

 

ଜେ ବି ଏନ, ୧୯/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଚାକିରି କରେଇ ଦେବି, ଚାକିରି କରେଇ ନ ପାରିଲେ ଟଙ୍କା ଫେରାଇ ଦେବି ବୋଲି କହିଥିଲେ ଅଭିଯୁକ୍ତ l ମାତ୍ର ଟଙ୍କା ଫେରାଇ ନ ପାରି ଜେଲ ଗଲେ ଅଭିଯୁକ୍ତ l ଏପରି ଏକ ଘଟଣା ଘଟିଛି ଅନୁଗୋଳ ସହରରେ l ଅନୁଗୋଳ ଥାନା ଅନ୍ତର୍ଗତ ସିମିଳିପଡା ର ଘନଶ୍ୟାମ ମିଶ୍ର ଏପରି ଠକେଇ କରି ଜେଲ୍ ଯାଇଛନ୍ତି l ସୂଚନା ମୁତାବକ ବେଣାଗାଡିଆ ଗ୍ରାମର ପ୍ରାଣବନ୍ଧୁ ଜେନା ଙ୍କ(୫୯) ଠାରୁ ତାଙ୍କ ପୁଅକୁ ଜାମସେଦପୁର ଠାରେ ଚାକିରି କରି ଦେବାକୁ କହି ୪୫୦୦୦୦ ଟଙ୍କା ନେଇଥିଲେ l ମାତ୍ର ଦିର୍ଘ ଦୁଇ ବର୍ଷ ପାଖାପାଖି ହୋଇଗଲେ ମଧ୍ୟ ସେ ଆଉ ଚାକିରି କରାଇ ପାରିଲେ ନାହିଁ l ତେଣୁ ସେ ତିନି ବାବଦରେ ପ୍ରାୟ ୮୦ ହଜାର ଟଙ୍କା ଫେରସ୍ତ କରିଥିଲେ l ବାକି ଟଙ୍କା ମାଗିବାକୁ ପ୍ରାଣବନ୍ଧୁ ଓ ତାଙ୍କର ସ୍ତ୍ରୀ ଯାଇଥିବା ବେଳେ ଅଭିଯୁକ୍ତ ତାଙ୍କୁ ଟଙ୍କା ନ ଦେଇ ଗାଳି ଗୁଲଜ କରିଥିଲେ l ଫଳରେ ଉଭୟ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୋଲିସ ତଦନ୍ତ ଚଲାଇ ଜାଣିବାକୁ ପାଇଲେ ଯେ ଏହି ଫ୍ରଡ୍ ର ଚେର ଜାମସେଦପୁର ଯାଏ ଲମ୍ବିଛି l ତେଣୁ ପୋଲିସ ଜାମସେଦପୁର ଯାଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛନ୍ତି l ସେମାନଙ୍କ ନିକଟରୁ ଲାପଟପ, ମୋବାଇଲ ଓ ଜାଲ ଚାକିରି ଆପଏଣ୍ଟମେଣ୍ଟ ଲେଟର ଆଦି ଆପତ୍ତିଜନକ ସାମଗ୍ରୀ ତାଳଚେର କୋଲିୟରୀ ଥାନା ପୋଲିସ ପକ୍ଷରୁ ଜବତ କରାଯାଇଛି l

Recent Post

Live Cricket Update