ଡାଉନ ହେଲା ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଏବଂ ଫେସବୁକ୍; ମେସେଜ ପଠାଇ ନ ପାରି ୟୁଜର୍ସ ହନ୍ତସନ୍ତ

ଡାଉନ ହେଲା ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଏବଂ ଫେସବୁକ୍; ମେସେଜ ପଠାଇ ନ ପାରି ୟୁଜର୍ସ ହନ୍ତସନ୍ତ

 

ଜେ ବି ଏନ, ୨୦/୦୩/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ନୂଆଦିଲ୍ଲୀ: ଭାରତ ଏବଂ ବିଶ୍ବର ଆଉ କିଛି ଦେଶରେ ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ଡାଉନ୍ ହୋଇଛି । ଆଜି ଶୁକ୍ରବାର ରାତି ପ୍ରାୟ ୧୧ଟା ସମୟରେ ସୋସିଆଲ୍ ମେସେଜିଂ ଆପ୍ ହ୍ୱାଟ୍ସଆପ୍, ଫେସବୁକ୍ ଓ ଇନଷ୍ଟାଗ୍ରାମ ବହୁତ ମନ୍ଥର ହୋଇଯାଇଥିବା ଦେଖିବାକୁ ମିଳିଛି, ଯାହା ଫଳରେ ୟୁଜର୍ସମାନେ ମେସେଜ୍ ପଠାଇ ନପାରି ହନ୍ତସନ୍ତ ହେଉଛନ୍ତି । ଏହାସହ ୟୁଜର୍ସମାନେ ପଠାଉଥିବା ମେସେଜ୍ କିମ୍ବା ଭିଡିଓ ହ୍ୱାଟ୍ସଆପରେ ସେଆର୍ କରିବାକୁ ଅସୁବିଧା ହେଉଛି । ଫେସବୁକ୍ ଓ ଇନଷ୍ଟାଗ୍ରାମରେ କୌଣସି ପୋଷ୍ଟ କରିବା ମଧ୍ୟ ସମ୍ଭବ ହେଉନି । ଯାହା ପରେ ୟୁଜର୍ସମାନେ ଟୁଇଟରରେ ଏହାକୁ ନେଇ ପ୍ରତିକ୍ରିୟା ରଖିବା ସହିତ ଅନେକ ମିମ୍ସ ସେଆର୍ କରିଥିବା ଦେଖିବାକୁ ମିଳିଛି ।

Recent Post

Live Cricket Update