ଅପହଞ୍ଚ ଅଞ୍ଚଳ ସାସ୍ଥ୍ୟ ସେବା ସମୀକ୍ଷା କଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ 

ଅପହଞ୍ଚ ଅଞ୍ଚଳ ସାସ୍ଥ୍ୟ ସେବା ସମୀକ୍ଷା କଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ 

ଜେ. ବି. ଏନ୍, ରିପୋର୍ଟ, ବିନୋଦ କୁମାର ନାୟକ /ଶୁଭମ ପାଣି, (୨୦/୦୩ /୨୦୨୧) ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଦିବା ୧୧ ଘଟିକା ସମୟରେ ବିରାଶାଳ ଗୋଷ୍ଠୀସାସ୍ଥ୍ୟ କେନ୍ଦ୍ର ସଭାଗୃହରେ ନିୟୁ ଇଣ୍ଡିଆ ସେଛାସେବୀ ଅନୁଷ୍ଠାନ ଦ୍ବାରା ପରିଚାଳିତ ଆରୋଗ୍ୟ ପୁକୁ କଙ୍କଡ଼ାହାଡର ଏକ ଲୋକାଲ୍ ଷ୍ଟିଅରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଭା ପତିତ୍ବ କରିଥିଲେ ବେରାକୁଲି ଗ୍ରାମ ଫଚାୟତର ସରପଞ୍ଚ ରଶ୍ମିତା ସାହୁ ଏବଂ ଉପସ୍ଥିତ ଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା . ସୁଜାତାରାଣୀ ମିଶ୍ର , ଡି.ପି.ଏଚ୍.ଓ. ଡା . ଜ୍ୟୋତିଶ ଚନ୍ଦ୍ର ମହାପାତ୍ର , ଏଡି.ପି.ଏଚ୍.ଓ. ଜ୍ଞାନପ୍ରସାଦ ଜେନା , ଜିଲ୍ଲା ଆକାଂଉଟ୍ ମ୍ୟାନେଜର ଧୀରେନ୍ କୁମାର ନନ୍ଦ , ବିରାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଇନ୍‌ଚାର୍ଜ ଡା . ପ୍ରଦୀପ କୁମାର ଜେନା , ବିରାଶାଳ ସିଏସି ବିପିଏମ୍ ଲିଙ୍ଗରାଜ ମହାପାତ୍ର , ଆରୋଗ୍ୟ ଟିମ୍ ଆୟୁଶ ମେଡିକାଲ୍ ଅଫିସର ଡା . ଅଜିତ କୁମାର ମେହେର ଏବଂ ବାଲିକୁମା ସରପଞ୍ଚ ମୋହନ ବାଗ୍ ସମେତ ସମସ୍ତ କମିଟି ମେମ୍ବର ଉପସ୍ଥିତ ରହି ଆରୋଗ୍ୟ ପ୍ଲସ୍ ଲୋକାଲ୍ ଷ୍ଟିଅରିଂ କମିଟି ଗଠନ କରିବା ସହିତ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ । ସିଡିଏମ୍ଓ ସୁଜାତାରାଣୀ ମିଶ୍ର ଏବଂ ଡିଫିଏଓ ଡା . ଜୋତିଶ ଚନ୍ଦ୍ର ମହାପାତ୍ର କଙ୍କଡାହାଡ ବ୍ଲକ୍ ମାଓବାଦି ଏବଂ ଅପହଞ୍ଚ ଗ୍ରାମ ପଞ୍ଚାୟତ କାଛୋଲ , ବାଲିକୁମା , କେରାକୁଲି , ମରୁଆବିଲି ଗ୍ରାମପଞ୍ଚାୟତରେ କାର୍ଯ୍ୟ କରୁଥିବା ଆରୋଗ୍ୟ ପୁସ୍ । ଟିମ୍ବର ସମସ୍ତ ରିପୋର୍ଟ କାର୍ଯ୍ୟକ୍ରମ ଏବଂ ସରପଞ୍ଚ ଙ୍କ ଠାରୁ ଆସିଥିବା ପ୍ରସ୍ତାବ ଉପରେ ସମୀକ୍ଷା କରାଇବା ସହିତ ଉକ୍ତ ଗ୍ରାମପଞ୍ଚାୟତରେ କିପରି ଇନ୍‌ଷ୍ଟିଚ୍ୟୁନାଲ୍ ଡେଲିଭରି ହେବ , କୋଭିତ୍- ୧୯ , ଡେଙ୍ଗୁ , ଡାଇରିଆ , ମ୍ୟାଲେରିଆ ଏବଂ କେରାକୁଲି ଗ୍ରାମପଂଚାୟତରେ ଲକ୍ଷଣ ଥିବା କିଡ଼ନୀ ରୋଗୀଙ୍କୁ ନେଇ ସଚେତନା କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉପସ୍ଥିତ ସମସ୍ତ ସରପଞ୍ଚ , ଆଶ୍ରମ ବିଦ୍ୟାଳୟ ଶିକ୍ଷକ ଏବଂ କମିଟିର ସମସ୍ତ ସଦସ୍ୟ ଆରୋଗ୍ୟ ଟିମ୍ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନିଉ ଇଣ୍ଡିଆ ଅନୁଷ୍ଠାନର ସମ୍ପାଦକ ଶେଷଦେବ ରାଉତ ।

Recent Post

Live Cricket Update

× How can I help you?