ଜିଲ୍ଲା ସ୍ତରୀୟ ଗାଆଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ଓ ଅଶା ସମ୍ମିଳନୀ

ଜିଲ୍ଲା ସ୍ତରୀୟ ଗାଆଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ଓ ଅଶା ସମ୍ମିଳନୀ

ଜେ. ବି. ଏନ୍, ରିପୋର୍ଟ, ବିନୋଦ କୁମାର ନାୟକ /ଶୁଭମ ପାଣି, (୨୦/୦୩ /୨୦୨୧) ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଗଣେଶ ବଜାର୍ ସ୍ଥିତ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଆଜି ଆଶା ଓ ଗ୍ରାମ ସାଥୀ ମାନଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଉଦଘାଟନ କରିଥିଲେ ଜିଲ୍ଲାପାଳ ଶ୍ରୀ ଭୂମେଶ ଚନ୍ଦ୍ର ବେହେରା, CDMO ଶ୍ରିମତୀ ସୁଜାତା ରାଣୀ ମିଶ୍ର, AHDO ଡଃ. ଗୁରୁ ପ୍ରସାଦ ଜେନା, ଡଃ. ହିମାଂଶୁ ଶେଖର, ଡଃ. ଜୟ କୃଷ୍ଣ ନାୟକ, ଓ ସୋନାଲି ପ୍ରିୟଦର୍ଶିନୀ ଯୋଗଦାନ କରିଥିଲେ। ସ୍ୱାସ୍ଥ୍ୟ ଓ ସେବାରେ ଗୋଷ୍ଠୀର ସହଭାଗୀତା, ଗ୍ରାମାଞ୍ଚଳ ରୁ ସମସ୍ତ ଯୋଜନା ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ସେବା ପ୍ରଦାନ କରି ଢେଙ୍କାନାଳ ଜିଲ୍ଲା ସାରା ଭାରତରେ ୩ୟ ସ୍ଥାନ କରିଛି ବୋଲି ଜିଲ୍ଲାପାଳ ଶ୍ରୀ ଭୂମେଶ ଚନ୍ଦ୍ର ବେହେରା ମତ ପ୍ରଦାନ କରି ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ଗ୍ରାମ ସାଥୀ ପୁସ୍ତକ ଉନ୍ମୋଚନ ହୋଇଥିଲା। ସୁର ସଙ୍ଗୀତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ପରି ବେଶଣ କରିଥିଲେ। ବିଭିନ୍ନ୍ ଅଞ୍ଚଳରୁ ବହୁ ସଂଖ୍ୟାରେ ଆଶା କର୍ମୀ ଯୋଗଦାନ କରିଥିଲେ।

Recent Post

Live Cricket Update