ବଳରାମ ପ୍ରସାଦ ଗ୍ରାମ କଇଁଫୁଲିଆ ଠାରେ ଅଷ୍ଟପ୍ରହର ନାମଯଜ୍ଞ ଉଦଯାପିତ

ବଳରାମ ପ୍ରସାଦ ଗ୍ରାମ କଇଁଫୁଲିଆ ଠାରେ ଅଷ୍ଟପ୍ରହର ନାମଯଜ୍ଞ ଉଦଯାପିତ

ଜେ ବି ଏନ, ୨୧/୦୩ /୨୦୨୧, ରିପୋର୍ଟ, ମଦନ ସାହୁ, ନାଲକୋ/ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବଳରାମ ପ୍ରସାଦ ଗ୍ରାମ କଇଁଫୁଲିଆ ସାହିରେ ଅଷ୍ଟପ୍ରହର ନାମ ଯଜ୍ଞ ଉଦଯାପିତ ହୋଇଯାଇଛି|ଏହି ଅବସରରେ ଗ୍ରାମର ପୁରୁଷ ଏକ ଶୋଭାଯାତ୍ରାରେ ଯାଇ ପୋଖରୀରୁ ଜଳ ଆଣି ପୂଜାସ୍ଥଳରେ ପହଞ୍ଚିଥିଲେ|ପୁରୋହିତ ପବିତ୍ର ନାଥ ପୂଜାର୍ଚ୍ଚନା ଆରମ୍ଭ କରିବା ପରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା |ଆଖପାଖ ଅଞ୍ଚଳରୁ ୨୫ ଟି ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ| ହରେ କୃଷ୍ଣ ହରେ ରାମ ଧ୍ବନିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା|ଆଖପାଖ ଅଞ୍ଚଳରୁ ବହୁ ଭକ୍ତ ମଧ୍ୟ ଏଥିରେ ଯୋଗଦେଇ ଅର୍ଣ୍ଣ ପ୍ରସାଦ ସେବନ କରିଥିଲେ| କଇଁଫୁଲିଆ ସାହି ସଂକୀର୍ତ୍ତନ ମଣ୍ଡଳୀର ସମସ୍ତ ସଦସ୍ୟ ଓ ଗ୍ରାମର ସମସ୍ତ ବ୍ୟକ୍ତି ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ |

Recent Post

Live Cricket Update