ବିଶ୍ଵ ବନ ଦିବସ ଅନୁଷ୍ଠିତ
ଜେ. ବି. ଏନ୍, ରିପୋର୍ଟ, ବିନୋଦ କୁମାର ନାୟକ /ଶୁଭମ ପାଣି, (୨୧/୦୩/୨୦୨୧), ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ବିଶ୍ଵ ବନ ଦିବସ ମାର୍ଚ୍ଚ ମାସ ଏକୋଇଶି ତାରିଖରେ ପୂର୍ବାହ୍ନ ସାଢେ଼ ଆଠଟା ସମୟରେ ଅନୁଷ୍ଠିତ ହୋଇଯାଇଅଛି। ଭର୍ଚୁଆଲ ମୋଡ୍ ରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଜଙ୍ଗଲ ଆମ୍ଭ ମାନଙ୍କ ର ଅମୂଲ୍ୟ ସମ୍ପଦ ବୋଲି ମତ ରଖିଛନ୍ତି। ଏଣୁ ଜଙ୍ଗଲ କୁ ସୁରକ୍ଷା ଦେବା ଆମ୍ଭମାନଙ୍କର ନୈତିକ କର୍ତ୍ତବ୍ୟ ବୋଲି ଶ୍ରୀ ସାହୁ ଭର୍ଚୁଆଲ ମୋଡ୍ ରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅନୁରୋଧ କରିଛନ୍ତି। ଜଙ୍ଗଲ ରେ ବନ୍ୟ ପ୍ରାଣୀ ମାନେ ସୁରକ୍ଷିତ ରହିଲେ କାଠ ମାଫିଆ ମାନେ ଜଙ୍ଗଲ କୁ ପଶିପାରିବେ ନାହିଁ। ଏ ଜଙ୍ଗଲ ଆମ୍ଭ ମାନଙ୍କୁ ବିଭିନ୍ନ ପ୍ରକାରର ଔଷଧୀୟ ଦ୍ରବ୍ୟ, ବିଭିନ୍ନ ପ୍ରକାରର ଫଳ ,ଛାୟା, ଓ ପ୍ରଚୁର ପରିମାଣରେ ଅମ୍ଳଜାନ ଗ୍ୟାସ ଦେଇ ଥିବାରୁ ଆମ୍ଭ ଜୀବନ ଜୀବିକା କୁ ଚଳାଇ ଆସୁଅଛି। ଦେବ ଦେବୀ ମାନେ ଏହି ଜଙ୍ଗଲ ର ପଶୁ ପକ୍ଷୀ ଙ୍କୁ ସେମାନଙ୍କ ବାହନ ରୂପେ ବ୍ୟବହାର କରୁଥିଲେ, ଏଣୁ ଏ ବାର୍ତ୍ତା ସମାଜ ର ପ୍ରତ୍ୟେକ ଲୋକ ମାନଙ୍କ ନିକଟରେ ପହଞ୍ଚାଇବା ଦିଗରେ ନିଷ୍ଠାପର ଉଦ୍ୟମ କରିବାକୁ ଶ୍ରୀ ସାହୁ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅନୁରୋଧ କରିଥିଲେ।