କର୍ମଜୀବୀ ସାମ୍ବାଦିକଙ୍କୁ ଥାନାରେ ଦୁର୍ବ୍ୟବହାର, ଥାନାକୁ ଆସିବାକୁ ମନାକଲେ 

କର୍ମଜୀବୀ ସାମ୍ବାଦିକଙ୍କୁ ଥାନାରେ ଦୁର୍ବ୍ୟବହାର, ଥାନାକୁ ଆସିବାକୁ ମନାକଲେ 

 

 

ଜେ ବି ଏନ, ୨୧/୦୩ /୨୦୨୧, (ରିପୋର୍ଟ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ), ସୋନପୁର : ସୋନପୁର ପୋଲିସ ଜିଲ୍ଲା ଅଧିନରେ ଥିବା ତରଦ୍ଭା ଥାନାର ଥାନା ଅଧିକାରୀଙ୍କ ତଳରେ ସରକାରୀ କର୍ମଚାରି ମାନେ ଉପଯୁକ୍ତ ଶିକ୍ଷା ଅଭାବରୁ କାହାକୁ କି ପ୍ରକାର ବ୍ୟବହାର କରାଯାଏ ଜାଣି ନ ଥିବା ଅଭିଯୋଗ ହେଉଛି l ଏଣୁ ଜଣେ ସାମ୍ୱାଦିକ ଏଠାରୁ ବାଦ ପଡି ନାହାନ୍ତି। ସୂଚନା ମୁତାବକ ବରିଷ୍ଠ ସାମ୍ବାଦିକ ସୁଦାମ ବାବୁ କୌଣସି ତଥ୍ୟ ପାଇଁ ଆଜି ଦିନ ୧୧ଟା ସମୟରେ ତରଦ୍ଭା ଥାନାକୁ ଯାଇଥିଲେ । ଥାନା ଭାରପ୍ରାପ୍ତ ଅଧିକାରୀ ଅନୁପସ୍ଥିତ ଥିବାରୁ ସାରଙ୍କୁ ଫୋନରେ ଯୋଗାଯୋଗ କରିଥିଲେ l ଥାନା ଅଧିକାରୀ କିଛି ସମୟ ପରେ ତାଙ୍କ ସହିତ ଭେଟ ହେବା ପାଇଁ କହିଲେ l କିଛି ସମୟ ଅର୍ଥାତ୍ ୧୨, ୨୦ ମିନିଟ ସମୟରେ କର୍ମଜୀବି ସାମ୍ବାଦିକ ସୁଦାମ ବାବୁ ଭେଟ କରିବା ପାଇଁ ଥାନା ଅଧିକାରୀ ଡୋଲାମଣି ଭୋଇଙ୍କୁ ଥାନା ଭିତରକୁ ପ୍ରବେଶ କଲା ବେଳେ ଥାନା ସମ୍ମୁଖରେ ଚୌକିରେ ବସିଥିବା ଓ ଏସ୍‌ ଏପି. ହର ମହନ ମଲିକ ଅଶାଲିନ ବ୍ୟବହାର କରିବା ସହିତ ମତେ ନବୁଝି କଣ ପାଇଁ ଥାନା ଭିତରକୁ ଆସୁଛନ୍ତି କହି ଉତ୍କ୍ଷିପ୍ତ ହୋଇଗଲା ଓ ଥାନାକୁ ନ ଆସିବା ପାଇଁ କହିଲା । ଏଠାରେ ପ୍ରଶ୍ନ ଉଠୁଚି ଯେ, ଜଣେ କର୍ମଜୀବି ସାମ୍ବାଦିକକୁ ଜଣେ ପୋଲିସ ବାବୁ ଏ ପ୍ରକାର ବ୍ୟବହାର ଦେଖାଉ ଅଛନ୍ତି । ତାହାହେଲେ ସାଧାରଣ ଜନତାଙ୍କୁ ତରଦ୍ଭା ପୋଲିସ କିପ୍ରକାର ବ୍ୟବହାର ଦେଖାଉ ଥିବ ଓ କି ପ୍ରକାର ସହଯୋଗ କରୁଥିବ ଭଲ ଭାବରେ ଜଣାପଡୁଛି । ଏଣୁ ତରଦ୍ଭା ପୋଲିସ ସରକାରଙ୍କ ଫାଇବ୍ ଟି ଯୋଜନା କାର୍ଯ୍ୟକାରୀ କରୁନଥିବା ଜଣାପଡିଛି । ଏଣୁ ପୋଲିସର ଏହି ବ୍ଯବହାର କୁ ନେଇ ଅନେକ ସାମ୍ବାଦିକ ମହଲରେ ନିନ୍ଦନୀୟ ବୋଲି ଅଭିଯୋଗ ହେଉଛି। ଏଣୁ ବିଭାଗୀୟ ଅଧିକାରୀ ଉପଯୁକ୍ତ ତଦନ୍ତକରି କାର୍ଯ୍ୟନୁଷ୍ଟାନ ନେବାପାଇଁ କର୍ମଜୀବି ସାମ୍ବାଦିକ ମାନେ ଦାବୀ କରୁଛନ୍ତି l

Recent Post

Live Cricket Update