ମନ୍ଦିର ଉପରେ ପାଗଳ
ଜେ ବି ଏନ, ୨୧/୦୩ /୨୦୨୧, (ରିପୋର୍ଟ, ମାନସ ରଞ୍ଜନ ସାହୁ), କାକଟପୁର : ଆଜି କାକଟପୁର ମା ମଙ୍ଗଳାଙ୍କ ମନ୍ଦିରରେ ମହା ଆଳତୀ ସମୟରେ ଜଣେ ଲୋକ ମାଙ୍କ ମନ୍ଦିର ଉପରେ ଚଢି ଯାଇଥିବାର ଦୃଶ୍ୟ ରେକର୍ଡ କରାଯାଇଛି l ତେବେ ସେ କେମିତି ଚଢ଼ିଲା ତାର ବିଶେଷ ବିବରଣୀ ନାହିଁ କିମ୍ବା ସେ ଲୋକ କିଏ ଓ କାହିଁକି ଏମିତି କଲା ଜଣାପଡି ନାହିଁ l କିଛି ସ୍ଥାନୀୟ ଲୋକ ମାନଙ୍କ କହିବା ଅନୁଯାୟୀ ସେ ଏକ ପାଗଳ l ପରବର୍ତ୍ତୀ ସମୟରେ ତାକୁ ସୁରକ୍ଷିତ ତଳକୁ ଆଣି ଛାଡି ଦିଆଯାଇଛି l