ମଧ୍ୟପ୍ରଦେଶରେ କରୋନା ଲକଡାଉନ, ରାସ୍ତାଘାଟ ଶୁନଶାନ

 ମଧ୍ୟପ୍ରଦେଶରେ କରୋନା ଲକଡାଉନ, ରାସ୍ତାଘାଟ ଶୁନଶାନ

ଜେ ବି ଏନ, ୨୧/୦୩/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭୋପାଲ : କରୋନା ଭାଇରସ ମହାମାରୀ ସଂକ୍ରମଣ ରୋକିବା ଲାଗି ରବିବାର ମଧ୍ୟପ୍ରଦେଶ ରାଜଧାନୀ ଭୋପାଲ ସମେତ ଇନ୍ଦୋର ଓ ଜବଲପୁର ୩୨ ଘଣ୍ଟିଆ ଲକଡାଉନ ହୋଇଛି। ଭୂତାଣୁ ପ୍ରସାର ରୋକିବା ଲାଗି ସରକାରଙ୍କ ନିଷ୍ପତ୍ତିକୁ ଜନତାଙ୍କ ଭରପୁର ସମର୍ଥନ ମିଳିଛି। ଦୋକାନ,ବଜାର ସାଙ୍ଗକୁ ଦିନ ତମାମ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିଛି। ଲୋକେ ମଧ୍ୟ ଘରେ କବାଟ କିଳି ରହିବାକୁ ପସନ୍ଦ କରିଛନ୍ତି। ଦୀର୍ଘ ଲକଡାଉନକୁ ଯିବା ଅପେକ୍ଷା ଦିନିକିଆ ଲକଡାଉନରେ ପରିସ୍ଥିତି ଆୟତ ଲାଗି ଲୋକେ ସରକାରଙ୍କୁ ସାଥ ଦେଇଛନ୍ତି। ରାଜ୍ୟରେ ଶନିବାର ରାତି ୧୦ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଏହି ଲକଡାଉନ ବଳବତ୍ତର ରହିବ। କାର୍ଯ୍ୟଦିବସରେ ଅନ୍ୟ ଦିନ ଭଳି ଲୋକେ ବାଣିଜ୍ୟ ବ୍ୟବସାୟ ଓ ନିଜନିଜ କର୍ମକ୍ଷେତ୍ରରେ ସ୍ୱଭାବିକ କାର୍ଯ୍ୟ କରିବେ। ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ସରକାର ଗତ ବୁଧବାର ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଥିଲେ। ହେଲେ ଏଥିରୁ ସେପରି କୌଣସି ସୁଫଳ ନ ମିଳିବାରୁ ଶନିବାର ରାତି ୧୦ରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଲକଡାଉନ ଜାରି ହୋଇଛି।

ରବିବାର ଲକଡାଉନ୍‌ ଲାଗି ଦୁଗ୍ଧ ବିତରଣ ମଧ୍ୟ ବନ୍ଦ ଥିଲା। କେବଳ ସ୍ଥାନୀୟ ଦୁଗ୍ଧ ବ୍ୟବସାୟୀଙ୍କୁ ସକାଳ ୬ରୁ ଦିନ ୧୦ ମଧ୍ୟରେ ଦୁଗ୍ଧ ଯୋଗାଣ ଲାଗି ଅନୁମତି ଥିଲା। ତେବେ ଏହି ସମୟରେ ରାଜ୍ୟର ସମସ୍ତ ଔଷଧ ଦୋକାନ ଓ ହସ୍ପିଟାଲ ସ୍ୱଭାବିକ ଖୋଲାଥିଲା। ଗତବର୍ଷ କରୋନା ସଂକ୍ରମଣ କାଳରେ ଜାତୀୟ ଲକଡାଉନ ଜାରି ହୋଇଥିଲା। ହେଲେ ସେତେବେଳେ କରୋନାକୁ ନେଇ ଲୋକେ ଏତେ ସତର୍କ ଥିବା ଭଳି ମନେ ହେଉନଥିଲେ। ହେଲେ ଏଥର ଦିନିକିଆ ଲକଡାଉନରେ ଲୋକେ ବେଶ ସତର୍କତା ଅବଲମ୍ବନ କରୁଥିବା ଦେଖାଯାଇଛି।

Recent Post

Live Cricket Update