



ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ସାଂଗଠନିକ ବୈଠକ ଅନୁଷ୍ଠିତ
ଜେ ବି ଏନ, ୨୧/୦୩ /୨୦୨୧, (ରିପୋର୍ଟ, ଜ୍ୟୋତି ରଞ୍ଜନ ପରିଡା), ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ର ରଘୁନାଥପୁର ବ୍ଲକ ସାଂଗଠନିକ ବୈଠକ ଶାଳିଜଙ୍ଗ ସ୍ଥିତ ସାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ! ଜ଼ିଲ୍ଲା ସଭାପତି ଶୁଭଙ୍କର ଜେନା ଙ୍କ ସଭାପତିତ୍ୱ ରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ! ଜ଼ିଲ୍ଲା ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା,! ଉପ ସଭାପତି ତପନ କୁମାର ରାଉତରାୟ ! ସ୍ମୃତି ରଞ୍ଜନ ମହାନ୍ତି, ଇଂ ବାବାଜୀ ଜେନା !ଅଧ୍ୟାପକ ଅଜୟ କୁମାର ଦାସ ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କ ମୌଳିକ ସମସ୍ୟାଉପରେ ଆଲୋକପାତ କରିଥିଲେ ! ଶେଷରେ ରଘୁନାଥପୁର ବ୍ଲକ କମିଟି ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ! ବରିଷ୍ଟ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ, ତପନ କୁମାର ସ୍ୱାଇଁ, ମନୋଜ କୁମାର ସାହୁ, ଉମାକାନ୍ତ ଦାସ, ଜୟନ୍ତ ବାରିକ, ଇଂ ବାବାଜୀ ଜେନା, ଅଧ୍ୟାପକ ଅଜୟ କୁମାର ଦାଶ, ପାର୍ଥ ଶାଖା ପାଲଟା ସିଂ , ଗଙ୍ଗାଧର ଜେନା, ଦିଲୀପ କୁମାର ରଥ ପ୍ରମୁଖ ଉପଦେଷ୍ଟାମଣ୍ଡଳୀ ଭାବେ ଚୟନ କରାଯାଇଥିବା ବେଳେ ସଭାପତି ରଞ୍ଜନ କୁମାର ଲେଙ୍କା, ଉପ ସଭାପତି ସୁଶାନ୍ତ କୁମାର ରାଉତ, ସମ୍ପାଦକ ଉମାକାନ୍ତ ପାତ୍ର, ସହ ସମ୍ପାଦକ ପ୍ରଶାନ୍ତ କୁମାର ମୁଦୁଲି, କୋଷାଧକ୍ଷ ଧନଞ୍ଜୟ ମାଲିକ ଙ୍କୁ ସର୍ବସନ୍ନମତିକ୍ରମେ ନିର୍ବାଚିତ କରାଯାଇଥିଲା !ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ଜ଼ିଲ୍ଲା କମିଟି ପକ୍ଷରୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା !