



ବିଶ୍ୱ ଜଙ୍ଗଲ ଦିବସ ରେ ଅଧ୍ୟକ୍ଷ “ଯୁବଶକ୍ତି” ଅଧ୍ୟକ୍ଷକଙ୍କ ମତ ଓ ଉପସ୍ଥାପନ
ଜେ ବି ଏନ, ୨୧/୦୩ /୨୦୨୧, (ରିପୋର୍ଟ, ବିନୋଦ କୁମାର ନାୟକ/ସୁବ୍ରତ କୁମାର ସାମଲ), ଢେଙ୍କାନାଳ : ଆଜି ବିଶ୍ୱ ଜଙ୍ଗଲ ଦିବସ ଯେତିକି ଖୁସି ଲାଗୁ ଅଛି ସେତିକି ଦୁଃଖ ମନ୍ଧ୍ୟ ଲାଗୁ ଅଛି, ବିଶ୍ୱ ଭୂପୃଷ୍ଠରେ ବୃକ୍ଷ ଲତା ଜଙ୍ଗଲ ଥିବା ହେତୁ ଆମେ ଦୈନ ଦିନ ଶାନ୍ତିରେ ନିଶ୍ୱାସ ମାରି ପାରୁ ଅଛନ୍ତି, ସବୁରି ମୂଳରେ ଜଙ୍ଗଲ, ଜଙ୍ଗଲ ବୃକ୍ଷ ଲତା ନାହିଁ ତ ଏ ଦୁନିଆରେ କିଛି ନାହିଁ, ଜଙ୍ଗଲ ଦ୍ୱାରା ଆମେ ବହୁତ ଉପକାର ପାଇ ପାରୁ ଅଛନ୍ତି ଯାହା ବର୍ଣ୍ଣନା କରି ହେବ ନାହିଁ, ବର୍ଷା, ସିତ, ଖରା ଆଜିର ଦିନରେ ଠିକ ଭାବରେ ହେଉ ନାହିଁ, ଯାହା ଫଳରେ ମାନବ ସମାଜ, ପ୍ରାଣୀ ଜଗତ ପାଇଁ ବିପଦ ସୃଷ୍ଟି କରି ଅଛି, ଏଥି ପାଇଁ ଆମେ ସମସ୍ତେ ଦାୟୀ, ଏହାର ମୁଖ୍ୟ କାରଣ ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବାରେ ଲାଗି ଅଛି, ଓ ନୂତନ ଜଙ୍ଗଲ ସୃଷ୍ଟି ହେଉ ନାହିଁ, ଆପଣ ମାନେ ଅନୁମାନ କରନ୍ତୁ ଖାଦ୍ୟ ଅନ୍ୱେଷଣ ପାଇଁ ଆଜିର ଦିନରେ ଜଙ୍ଗଲୀ ଜୀବଜନ୍ତୁ ପଶୁ ପକ୍ଷୀ ମାନେ ଜଙ୍ଗଲ, ଅଭୟାରଣ୍ୟ ଛାଡି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମୁହାଁ ହେଉ ଅଛନ୍ତି, ଏହାର ଉଦାହରଣ ଦୈନ ଦିନ ହାତୀ ଉପଦ୍ରବ, ମାଙ୍କଡ଼ ଉପଦ୍ରବ ସହ ସବୁବେଳେ ହାତୀ ଆକ୍ରମଣରେ ବହୁତ ଧନ ଜୀବନ ନଷ୍ଟ ହେଉ ଅଛି, ଏଥି ପାଇଁ ଆମେ ସମସ୍ତେ ସମ୍ପୂର୍ଣ୍ଣ ରୂପେ ଦାୟୀ, ଆମେ ସବୁବେଳେ ବନ ବିଭାଗ କୁ ଦାୟୀ କଲେ ହେବ ନାହିଁ ଆମ ମାନଙ୍କର ମନ୍ଧ୍ୟ ସମାଜ ପାଇଁ କିଛି କର୍ତ୍ତବ୍ୟ ଓ ଦାଇତ୍ୱ ଅଛି ଏହା ଆମର ମୌଳିକ ଅଧିକାର , କିନ୍ତୁ ଆଜିର ଦିନରେ ଆମେ କେତେ ଜଣ ତାହା ପାଳନ କରୁଅଛନ୍ତି, ଏଣୁ ସମସ୍ତ ଜିଲ୍ଲାର ଜିଲ୍ଲା ପ୍ରଶାସନ ଓ ବନ ବିଭାଗ, ରାଜ୍ୟ ସରକାରଙ୍କ ନିକଟରେ ମୋର ନିବେଦନ ଯେଉଁ ଅସାମାଜିକ ବ୍ୟକ୍ତି ମାନେ ଜଙ୍ଗଲ ରେ ନିଆଁ ଲଗେଇ ଜଙ୍ଗଲ ନଷ୍ଟ କରିବା ସହ ଜଙ୍ଗଲୀ ଜୀବଜନ୍ତୁ ଙ୍କ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଜଙ୍ଗଲ ରେ ନୂତନ ବୃକ୍ଷ ରୋପଣ, ଜୀବଜନ୍ତୁ ସୁରକ୍ଷା ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ ହେଉ ଯାହା ଫଳରେ ଜନସାଧାରଣ ସଚେତନ ହୋଇ ପାରିବେ, ଆଜି ବିଶ୍ୱ ଜଙ୍ଗଲ ଦିବସ ରେ ଆସନ୍ତୁ ଆମେ ସମସ୍ତେ ସପଥ ନେବା ବୃକ୍ଷ ରୋପଣ କରି ଆମ ଜଙ୍ଗଲ ପରିବେଶ କୁ ସବୁଜ ସୁନ୍ଦର ଗଢି ତୋଳିବା ଓ ଜଙ୍ଗଲ ପ୍ରାକୃତିକ ପରିବେଶ ସୌନ୍ଦର୍ଯ୍ୟ କୁ ସବୁବେଳେ ବଜାୟ ରଖି ଜଙ୍ଗଲୀ ଜୀବଜନ୍ତୁ ଙ୍କୁ ସୁରକ୍ଷା ଦେବା, ଆମ ଜଙ୍ଗଲ ଆମ ସୁରକ୍ଷା