



ହରଚଣ୍ଡୀ ଯୁବକ ସଙ୍ଗ ତରଫରୁ ୪ର୍ଥ ରକ୍ତ ଦାନ ଶିବିର ଅନୁଷ୍ଠିତ
ଜେ ବି ଏନ, ୨୧/୦୩ /୨୦୨୧, (ରିପୋର୍ଟ, ବିନୋଦ କୁମାର ନାୟକ /ସୁବ୍ରତ ସାମଲ ), ଢେଙ୍କାନାଳ : ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଅଗ୍ରଣୀ ଯୁବଷ୍ଟାନ ମା ହରଚଣ୍ଡୀ ଯୁବକ ସଙ୍ଗ ତରଫରୁ ୪ ଥ ରକ୍ତ ଦାନ ଶିବିର ଆଜି ସତ୍ୟ ବାଦି ଉଚ୍ଚ ବିଦ୍ୟାଳୟ, ମଙ୍ଗଳ ପୁର ଠାରେ ଅନୁଷ୍ଟିତ ହୋଇଯାଇଛି ଉକ୍ତ ଶିବିରରେ ୧୧୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ରକ୍ତ ଦାନ ଶିବିର ରେ ମୁଖ୍ୟ ଅତିଥି ଭାବେ ନ୍ୟୁ ଇଣ୍ଡିଆ ସଂସ୍ତାର ସମ୍ପାଦକ ଶେଷଦେବ ରାଉତ ଯୋଗଦେଇ ରକ୍ତ ଦାନ ଶିବିରକୁ ଉଦଘାଟନ କରିବା ସହିତ ସମସ୍ତ ରକ୍ତ ଦାତାଙ୍କୁ ଉତ୍ସାହ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ରକ୍ତ ଭଣ୍ଡାରର ମୁଖ୍ୟ ବିରଞ୍ଚି ନାରାୟଣ ପାଣି, ସମାଜ ସେବୀ ରଞ୍ଜନ ନାୟକ ସଚେତନ ନାଗରିକ ଫୋରେମର ଭରତ ଦାସ ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଯୁବ ସମାଜର ଏଭଲି ତ୍ୟାଗ ବିଷୟରେ ପର୍ବତାଇ ଥିଲେ । ଉକ୍ତ ଭଣ୍ଡାରର ବୁଲୁ ପଣ୍ଡା, ରାକେଶ ବେହେରା, ସୋଭାଗ୍ୟ ରଞ୍ଜନ ମିଶ୍ର, ଅଜୟ ସ୍ୱାଇଁ, ତପନ ଜେନା, ଡାକ୍ତର ଜୟ ନାରାୟଣ ପାଢି ଯୋଗ ଦେଇ ରକ୍ତ ସଂଗ୍ରହ କରିଥିଲେ।ଯୁବକ ସଂଘର ସଭାପତି ଅବନୀ ବରାଳ, ଉପ ସଭାପତି ସହ ସମ୍ପାଦକ ଦେବୀ ପ୍ରସାଦ ସାହୁ, ରାକେଶ ସାହୁ, ତାରିଣୀ ସାହୁ, ପ୍ରବିଣ କୁମାର ଦାସ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଆଜିର ରକ୍ତ ଦାନ ଶିବିରର ମୁଖ୍ୟ ଆକର୍ଷଣ ରେ ଦମ୍ପତି ନାରାୟଣ ସ୍ୱାଇଁ, ବନିତା ସ୍ୱାଇଁ, ସୁନିତା ଦାସ, ପ୍ରଶାନ୍ତ ଦାସ, ପ୍ରବିଣ କୁମାର ଦାଶ, ବର୍ଷା ବୈସାକ୍ଷୀ ସତପଥି।