ୱେବିନାର ମାଧ୍ୟମରେ ମୋ କଲେଜ ଅଭିଯାନ ଅନୁଷ୍ଠିତ

ୱେବିନାର ମାଧ୍ୟମରେ ମୋ କଲେଜ ଅଭିଯାନ ଅନୁଷ୍ଠିତ

ଜେ ବି ଏନ, ୨୧/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ, ଢେଙ୍କାନାଳ : ଆଜି (୨୧/୦୩/୨୦୨୧) ଓଡିଶା ସରକାର ଙ୍କର ପ୍ରୟାସରେ ମୋ କଲେଜ ଅଭିଯାନ ୱେବିନାର ଦ୍ୱାରା ଆରମ୍ଭ କରାଯାଇଅଛି । ଢେଙ୍କାନାଳ ସହରର ଔଟୋନୋମ୍ସ କଲେଜ ପ୍ରାଙ୍ଗଣରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ମୁଖ୍ୟ ଅତିଥୀଙ୍କ ଦ୍ୱାରା ଦ୍ୱୀପ ପ୍ରଜ୍ବଳନ ହେବା ସହିତ ଅତିଥିମାନେ ରୁଚି ଭିତିକ ପାଠ୍ୟକ୍ରମର ଆବଶ୍ୟକତା ବିଷୟରେ ନିଜର ମତ ରଖିଥିଲେ । ମୋ କଲେଜ ଅଭିଯାନ ଦ୍ୱାରା କଲେଜ ରେ ଅଧ୍ୟୟନ ରତ ଛାତ୍ରଛାତି ମାନେ ନିଜର ରୁଚି ଅନୁଯାୟୀ ଅଧ୍ୟୟନ କରିବା ଉପରେ ପ୍ରାଧାନ୍ୟ ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଢେଙ୍କାନାଳର ବିଧାୟକ ସୁଧୀର କୁମାର ସାମଲ, କଲେଜ ର ଅଧକ୍ଷା ପ୍ରଫେସର ରଶ୍ମି ମିଶ୍ର, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାଶ, ଜିଲ୍ଲା ରେଡ଼ କ୍ରସ ସୋସାଇଟି ର ଉପସଭପତି ବିରଞ୍ଚି ନାରାୟଣ ପାଣି, ପ୍ରାଧ୍ୟାପକ ରଞ୍ଜିତ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ପ୍ରମୁଖ ଡକ୍ଟର ରମେଶ ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Recent Post

Live Cricket Update