ଦବଙ୍ଗଗିରି ଦେଖାଇ ବିଦ୍ୟୁତ୍ ସବଷ୍ଟେସନରୁ ଚୋରି

ଦବଙ୍ଗଗିରି ଦେଖାଇ ବିଦ୍ୟୁତ୍ ସବଷ୍ଟେସନରୁ ଚୋରି

ଜେ ବି ଏନ, ୨୧/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଫୁଲପଡ଼ା ଅଞ୍ଚଳର ବିଦ୍ୟୁତ୍ ସବଷ୍ଟେସନ୍‌ରୁ ଚୋରି । ସୂଚନା ମୁତାବକ ଦୁର୍ବୃତ୍ତ ମାନେ ପାଚେରୀ ଡେଇଁ ନିର୍ମାଣାଧୀନ ସଷ୍ଟେସନ୍‌ରୁ ୬ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ବିଦ୍ୟୁତ୍ ଉପକରଣ ଚୋରି କରିନେଇଛନ୍ତି । ଫୁଲପଡ଼ା ପାୱାର ଗ୍ରୀଡ ଗୁପ୍ତା ପାୱାର ନାମକ ଏକ ସଂସ୍ଥା ପକ୍ଷରୁ ୧୧ କେଭି ଓ ୩୩ କେଭି କାମ କରୁଅଛି। ତେବେ ଗତ ୧୭/୦୩/୨୦୨୧ ତାରିଖ ରାତିରେ କେତେ ଜଣ ଦୁର୍ବୃତ୍ତ ପାଚେରୀ ଡେଇଁ ସଷ୍ଟେସନ୍ ଭିତରେ ପଶିଥିଲେ । ସେଠାରେ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷାକର୍ମୀଙ୍କ ହାତଗୋଡ଼ ବାନ୍ଧି ଦେବା ସହ ତାଙ୍କ ମୋବାଇଲ୍ ଛଡ଼ାଇ ନେଇଥିଲେ । କଣ୍ଡକ୍ଟର ଓ କିଛି ଉପକରଣ ଧରି ଚମ୍ପଟ ମାରିଥିଲେ । ଗୁପ୍ତା ପାୱାରର ଯନ୍ତ୍ରୀ ଏନେଇ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।

ଏନେଇ ବଅଁରପାଳ ଥାନାରେ ଅଭିଯୋଗ ହେବା ପରେ ଥାନା ଅଧିକାରୀ ଶ୍ରୀ ସୁନୀଲ କୁମାର କର କେଶ୍ ନମ୍ବର ୯୫/୧୭.୦୩.୨୦୨୧ ଦଫା ୩୯୫ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।

Recent Post

Live Cricket Update