ଇମ୍ରାନଙ୍କ ପରେ ପତ୍ନୀ ବୁସରା ବିବି କରୋନାରେ ଆକ୍ରାନ୍ତ

 ଇମ୍ରାନଙ୍କ ପରେ ପତ୍ନୀ ବୁସରା ବିବି କରୋନାରେ ଆକ୍ରାନ୍ତ

 

ଜେ ବି ଏନ, ୨୧/୦୩ /୨୦୨୧, ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରେ ତାଙ୍କ ପତ୍ନୀଙ୍କ କୋଭିଡ ପରୀକ୍ଷଣ ରିପୋର୍ଟ ଆସିଛି। ଏଥିରେ ସେ ମଧ୍ୟ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଯାଇଛି। ପାକିସ୍ତାନ ତେହେରିକ-ଏ-ଇନସାଫ ପାର୍ଟି (ପିଟିଆଇ) ର ଫୈଜଲ ଜାଭେଦ ରବିବାର ଏହି ସୂଚନା ଦେଇଛନ୍ତି। ଇମ୍ରାନ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ନିଜକୁ ନିଜ ଘରେ କ୍ୱାରେଣ୍ଟାଇନ କରିଛନ୍ତି। ତେବେ ପାକ୍ ପ୍ରଧାନମନ୍ତ୍ରୀ ଦମ୍ପତ୍ତି କୋଭିଡ ଆକ୍ରାନ୍ତ ହୋଇଥିବା ଜାଣିବା ପରେ ଭରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତାବ୍ୟକ୍ତ କରିବା ସହ ଏକ ଟ୍ୱିଟ୍‌ ବାର୍ତ୍ତାରେ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉଲ୍ଲେଖ ଯୋଗ୍ୟଯେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ୨ ଦିନ ପୂର୍ବେ କୋଭିଡ ଟିକା ନେଇଥିଲେ। ଏହି ଟିକା ଚୀନ୍‌ ଉତ୍ପାଦିତ ହୋଇଥିବା ବେଳେ ଟିକା ନେବା ପରେ ପ୍ରଧାନମନ୍ତ୍ରୀ ଅସୁସ୍ଥ ଅନୁଭବ କରିବାରୁ ତାଙ୍କର କୋଭିଡ ପରୀକ୍ଷଣ କରାଯାଇଥିଲା। ଏଥିରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଇମ୍ରାନଙ୍କୁ ସାମାନ୍ୟ ଜ୍ୱର ସାଙ୍ଗକୁ କାଶ ହେଉଥିବାର ତାଙ୍କ ମୁଖପାତ୍ର କହିଛନ୍ତି। ତେବେ ସେ ଭିଡିଓ କନଫରେନିସିଂରେ ତାଙ୍କ କାର୍ଯ୍ୟାଳୟ ଦାୟିତ୍ୱ ତୁଲାଉଥିବା ଜଣାପଡିଛି। ମାମଲାରେ ପାକିସ୍ତାନ ସ୍ୱାସ୍ଥ୍ୟମନ୍ତ୍ରାଳୟ ସ୍ପଷ୍ଟିକରଣ ଜାରି କରିଛନ୍ତି। ମନ୍ତ୍ରାଳୟ କହିଛନ୍ତି ଯେ କରୋନା ଭାକ୍ସିନର ଦ୍ୱିତୀୟ ଡୋଜ ନେବାର ଦ୍ୱିତୀୟ ଅଥବା ତୃତୀୟ ସପ୍ତାହ ବେଳକୁ ଦେହରେ ଆଣ୍ଟିବଡି ସୃଷ୍ଟି ହୁଏ। ତାଙ୍କୁ ମାତ୍ର ୨ ଦିନ ପୂର୍ବେ ପ୍ରଥମ ଡୋଜ୍ କୋଭିଡ ଭାକ୍ସିନ ଦିଆଯାଇଥିଲା ଓ ସେ ସଂକ୍ରମିତ ହୋଇଛନ୍ତି। ଏଣୁ ଟିକାର ପ୍ରଭାବକୁ ନେଇ ପ୍ରଶ୍ନ ଉଠାଇବାର ଆବଶ୍ୟକତା ନାହିଁ।

Recent Post

Live Cricket Update