ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ!
ଜେ ବି ଏନ, ୨୨/୦୩/୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁର ଗ୍ରାମ ପଞ୍ଚାୟତ ର ଦୁର୍ଗାପୁର ଗ୍ରାମର କୋଡାସାହି ର ବାଳକୃଷ୍ଣ ବେହେରା(48) ଙ୍କୁ ନିର୍ମମ ହତ୍ୟା I ବାଳକୃଷ୍ଣ ବେହେରା ଙ୍କ ଜ୍ୟେଷ୍ଠ ପୁତ୍ର ତ୍ରିନାଥ ବେହେରା(23) ଟାଙ୍ଗିଆ ରେ ହାଣି ହତ୍ୟା କରିଛନ୍ତି ଓ ତାଙ୍କ ମା ରୁକ୍ମଣୀ ଙ୍କୁ ମଧ୍ୟ ହାଣି ଲହୁ ଲୁହIଣ କରିଛନ୍ତି ଓ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ଓ ଅବସ୍ଥା ସଂକଟା ପନ୍ନ ହୋଇଛି I ବାଳକୃଷ୍ଣ ବେହେରା ଙ୍କ ସାନ ପୁଅ ତାଙ୍କ ମାଆ ଙ୍କୁ ନେଇ ମେଡିକାଲ ଯାଇଛନ୍ତି I ଓ ହତ୍ୟାକାରୀ ତ୍ରିନାଥ ବେହେରା କେଉଁଆଡ଼େ ଫେରାର ହୋଇଯାଇଛନ୍ତି I