ପୁଅ ଟାଙ୍ଗିଆ ଚୋଟ ରେ ବାପା ମୃତ ମା ଗୁରୁତ୍ତର

ପୁଅ ଟାଙ୍ଗିଆ ଚୋଟ ରେ ବାପା ମୃତ ମା ଗୁରୁତ୍ତର

(ଜେ ବି ଏନ / ଚୈତନ୍ୟ ସାହୁ) ୨୨/୦୩/୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁର ଗ୍ରାମ ପଞ୍ଚାୟତ ର ଦୁର୍ଗାପୁର ଗ୍ରାମର କୋଡାସାହି ର ବାଳକୃଷ୍ଣ ବେହେରା(୪୮) ଙ୍କୁ ନିର୍ମମ ହତ୍ୟା I

ବାଳକୃଷ୍ଣ ବେହେରା ଙ୍କ ଜ୍ୟେଷ୍ଠ ପୁତ୍ର ତ୍ରିନାଥ ବେହେରା(୨୩) ଟାଙ୍ଗିଆ ରେ ହାଣି ହତ୍ୟା କରିଛନ୍ତି ଓ ତାଙ୍କ ମା ରୁକ୍ମଣୀ ଙ୍କୁ ମଧ୍ୟ ହାଣି ଲହୁ ଲୁହIଣ କରିଛନ୍ତି ଓ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ଓ ଅବସ୍ଥା ସଂକଟା ପନ୍ନ ହୋଇଛି I ବାଳକୃଷ୍ଣ ବେହେରା ଙ୍କ ସାନ ପୁଅ ତାଙ୍କ ମାଆ ଙ୍କୁ ନେଇ ମେଡିକାଲ ଯାଇଛନ୍ତି I ହତ୍ୟାକାରୀ ତ୍ରିନାଥ ବେହେରା କେଉଁଆଡ଼େ ଫେରାର ହୋଇଯାଇଛନ୍ତି I ଖବର ପାଇ ଜରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

Recent Post

Live Cricket Update