ପଜିଟିଭ ସଂଖ୍ୟା ୧୨୪୨୮ରେ ପହଞ୍ଚିଲା-ସୁସ୍ଥ ହେଲେ ୦୬ ଜଣ

ଆଜି ଅନୁଗୋଳ ଜିଲ୍ଲାରୁ ‌୦୧ ଜଣ କରୋନା ପଜିଟିଭ ଚିହ୍ନଟ

ପଜିଟିଭ ସଂଖ୍ୟା ୧୨୪୨୮ରେ ପହଞ୍ଚିଲା-ସୁସ୍ଥ ହେଲେ ୦୬ ଜଣ

ଜେ ବି ଏନ, ରିପୋର୍ଟ, ସୁଶୀଲ କୁମାର ଆଇଚ, ଅନୁଗୋଳ ୨୨/୩/୨୦୨୧- ଆଜି ଅନୁଗୋଳ ଜିଲ୍ଲାରେ ୦୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ବାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ କେହି ଆକ୍ରାନ୍ତ ହୋଇ ନଥିବାରୁ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ ରେ ସୀମିତ ଅଛି। ଆକ୍ରାନ୍ତ ମାନଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୧ ଜଣ (୧ପୁରୁଷ) ଅଛନ୍ତି । ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ଜଣା ପଡ଼ିଛି । ଲକ୍ଷଣ ଯୁକ୍ତ ଆକ୍ରାନ୍ତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା

ଓ୍ବ।ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରଣ କରାଯାଇଥିବା ବେଳେ ସ୍ୱଳ୍ପ ଲକ୍ଷଣ ଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେଶନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୬ଜଣ Home Isolation ରେ ଥିବାର ଜଣାପଡ଼ିଛି ।

 

Recent Post

Live Cricket Update