ସର୍ବସାଧାରଣରେ ହେବନି ହୋଲି ଖେଳ

ସର୍ବସାଧାରଣରେ ହେବନି ହୋଲି ଖେଳ

 

ଜେ ବି ଏନ, ୨୨/୦୩ /୨୦୨୧, (ରିପୋର୍ଟ, ଦିଲ୍ଲୀପ କୁମାର ବେହେରା), କଟକ : କଟକରେ କରୋନା ବଢୁଥିବାରୁ ହୋଲି ଓ ଦୋଳ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି । ଘରେ ହୋଲି ଖେଳିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ସର୍ବସାଧାରଣରେ ରଙ୍ଗ ଖେଳ ହେବ ନାହିଁ । ମେଳଣ ପଡିଆରେ ଶହେ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି ବୋଲି କଟକ ଡିସିପି ପ୍ରତୀକ୍ ସିଂ କହିଛନ୍ତି । ପୂର୍ବରୁ କରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦୋଳ ମେଳଣ ଓ ହୋଲି ପାଇଁ କଟକ ସହର ପାଇଁ ଏସଓପି ଜାରି କିରିଥିଲା କମିଶନରେଟ୍ ପୋଲିସ । ଦୋଳ ମେଳଣ ପଡିଆରେ ୨୦୦ରୁ ଅଧିକ ଲୋକ ସାମିଲ ହୋଇ ପାରିବେ ନାହିଁ । ଦୋଳ ବିମାନ ଯାତ୍ରାରେ ସର୍ବାଧିକ ୧୦ ଜଣ ଲୋକ ଯାଇପାରିବେ । ଦୋଳ ମେଳଣ ବେଳେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ପାରିବ ନାହିଁ । କୌଣସି ଶୋଭାଯାତ୍ରା ହୋଇ ପାରିବ ନାହିଁ । କୌଣସି ପ୍ରକାର ଡିଜେ କିମ୍ବା କୌଣସି ବାଦ୍ୟ ଯନ୍ତ୍ର ବାଜି ପାରିବନାହିଁ । ମେଳଣ ପଡିଆ ନିକଟରେ କୌଣସି ମୀନା ବଜାରକୁ ଦିଆଯିବ ନାହିଁ ଅନୁମତି । କେବଳ ବିଧି ଓ ପରମ୍ପରା ମୁତାବକ ହେବ ଦୋଳ ମେଳଣ ଯାତ୍ରା । ଦୋଳ ଯାତ୍ରା ସମୟରେ କୌଣସି ବ୍ୟକ୍ତି ବାଡି ଧରି ପାରିବେ ନାହିଁ କି ହେବ ନାହିଁ ଲଉଡି ଖେଳ । ସେହିଭଳି ରାଜ ରାସ୍ତାରେ ଖେଳିପାରିବେ ନାହିଁ ହୋଲି । ହୋଲି ସମୟରେ ହେବନାହିଁ ଜନ ସମାଗମ । ଜନ ସାଧାରଣ ନିଜ ଘରେ ଖେଳି ପାରିବେ ହୋଲି । ହୋଲିରେ ମଧ୍ୟ ଡିଜେ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକ ସହରରେ ରୋକ ଲଗାଇଛି କମିଶନରେଟ୍ ପୋଲିସ । ଆସନ୍ତା ୨୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ନିୟମକୁ ପାଳନ କରିବା କଟକର ସମସ୍ତ  ଥାନା ଅଧିକାରୀ, ଏସିପିମାନଙ୍କୁ ଏସଓପି ଜାରି କରି ନିର୍ଦ୍ଦେଶ ଦେଇଥିଲେ କଟକ ଡିସିପି ପ୍ରତୀକ ସିଂ । ନିୟମ ଖିଲାପକାରୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ ।

Recent Post

Live Cricket Update