



ଜଳ ହିଁ ଜୀବନ ଓ ଜଳ ସମ୍ପଦ
ବିଶ୍ୱ ଜଳ ଦିବସରେ ପ୍ରଶାସନ ନିକଟରେ ବିଶେଷ ଉପସ୍ଥାପନା
୨୨/୦୩ /୨୦୨୧, ଆମ ପୃଥିବୀ ପୃଷ୍ଠରେ ତିନି ଭାଗ ଜଳ ଥିବା ବେଳେ ମାତ୍ର ଏକ ଭାଗ ସ୍ଥଳ ଅଛି, ଏହା ପରେ ଭି କାହିଁକି ସବୁବେଳେ ପାନୀୟ ଜଳ ସମସ୍ୟା କିମ୍ବା ଜଳ କଷ୍ଟ ଦେଖିବା ପାଇଁ ମିଳୁ ଅଛି, ଆମ ପାଖରେ ଜ୍ଞାନ କୌଶଳ ର ଅଭାବ, ଆମେ ଆତ୍ମ ନିର୍ଭରଶୀଳ ନୁହେଁ, ସବୁବେଳେ ସରକାର ଙ୍କ ଉପରେ ନିର୍ଭରଶୀଳ, ସରକାର ସବୁ କିଛି କରିବେ ଆମର କଣ କିଛି ଦାଇତ୍ୱ ନାହିଁ, ଆମ ପାଖରେ ଜଳ ସମ୍ପଦ ଗଛିତ ଥିବାବେଳେ ଆମେ କାହିଁକି ସବୁବେଳେ ଜଳ ସମସ୍ୟାର ସମ୍ମୁଖୀନ ହେବା, ଜିଲ୍ଲା ପ୍ରଶାସନ ଓ ଜଳ ସମ୍ପଦ ବିଭାଗ ଏହାର ତର୍ଜମା କରିବାର ଆବଶ୍ୟକତା ରହିଛି, ଆଜିର ଦିନରେ ନଦୀ ଓ କେନାଲ ର ପାଣି କୁ ଲୋକମାନଙ୍କର କୌଣସି କାର୍ଯ୍ୟ ରେ ଆସି ପାରୁ ନାହିଁ, କାହିଁକି ଆସି ପାରୁ ନାହିଁ ହଁ ଏହାର ମୁଖ୍ୟ କାରଣ ହେଲା ଆମ ରାଜ୍ୟରେ ବ୍ରାହ୍ମଣୀ, ମହାନଦୀ, ବୈତରଣୀ, ଋଷିକୂଲ୍ୟା, ଏବଂ ଅନ୍ୟାନ୍ୟ ନଦୀର ପାଣି କୁ ସବୁବେଳେ ଖଣି ଖାଦାନ, ଶିଳ୍ପ ସଂସ୍ଥା ଓ ବଡ଼ ବଡ଼ କମ୍ପାନୀ ମାନେ ପାଣି ଶୋଷି ନେଇ କମ୍ପାନୀ ର ପ୍ରଦୂଷଣ ଓ ଦୂଷିତ ପାଣି କୁ ନଦୀ ଗର୍ଭ କୁ ଛାଡୁ ଥିବାବେଳେ ସର୍ବସାଧାରଣ ଲୋକମାନେ ଦୂଷିତ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁ ଅଛନ୍ତି, ଏଥି ପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଆକର୍ଷଣ କରିବା ସହ ଜଳ ଯୋଗାଣ ପ୍ରକଳ୍ପ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି, ଆମେ ଯଦି ନଦୀ ହେଉ କିମ୍ବା କେନାଲ ସୀମାନ୍ତ ବର୍ତ୍ତି ଜିଲ୍ଲା ଓ ଅଞ୍ଚଳ ଗୋଡିକ ରେ ନଦୀ ଓ କେନାଲ ର ପାଣି କୁ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ପାଣି କୁ ଫିଲଟର କରାଯାଇ ପାଇପ ଲାଇନ ଯୋଗେ ଗ୍ରାମାଞ୍ଚଳ ହେଉ କିମ୍ବା ସହରାଞ୍ଚଳର ଲୋକମାନଙ୍କ ପାଖରେ ପହଁଚି ପାରିବ, ବାକି ରହିଲା ଯେଉଁ ସବୁ ସ୍ଥାନ ଗୋଡିକ ରେ ଏହି ସବୁର ସୁବିଧା ନାହିଁ ସେହି ସ୍ଥାନ ଗୋଡିକରେ ଅତ୍ୟାଧୁନିକ ଜ୍ଞାନ କୌଶଳ ରେ ମାଟି ତଳେ ଗଭୀରତମ ଖନନ କାର୍ଯ୍ୟ କରାଯାଇ ପାଣି କୁ ଫିଲଟର କରାଯାଇ ପାଇପ ଲାଇନ ଯୋଗେ ଲୋକମାନଙ୍କ ପାଖକୁ ପାଣି ଯୋଗାଇ ହେବ ଆଉ ପାଣିର ସମସ୍ୟା ଆଉ ଦେଖା ଦେବ ନାହିଁ, ତା ପରେ ଭି ଆଜିର ଆମ ମଣିଷ ସମାଜ କୌଣସି ଭି ପାଣି ଟ୍ୟାପ ରୁ ପାଣି ପିଉଅଛନ୍ତି, ଟ୍ୟାପ ବନ୍ଦ କରୁ ନାହାନ୍ତି ଯାହା ଫଳରେ ଆମେ ବହୁତ ଅଯଥାରେ ପାଣି ନଷ୍ଟ କରୁ ଅଛନ୍ତି ଏହା ଦ୍ୱାରା ଖରା ଦିନରେ ଜଳକଷ୍ଟ ହେବା ସ୍ୱାଭାବିକ, ଏଣୁ ଆସନ୍ତୁ ଆଜି ଠାରୁ ଆମେ ସମସ୍ତେ ସଂକଳ୍ପ ନେବା ଆମେ କେବେ ଅଯଥା ରେ ଜଳ ନଷ୍ଟ କରିବା ନାହିଁ, ଜଳ ସମ୍ପଦ କୁ ସବୁବେଳେ ଗଛିତ ରଖିବା, ଜଳ ହିଁ ଜୀବନ
*ହିମାଂଶୁ ଭୂଷଣ ବାରିକ*
*ଅଧ୍ୟକ୍ଷ “ଯୁବଶକ୍ତି” ଢେଙ୍କାନାଳ*