ତିନି ଅସହାୟ ଭଉଣୀଙ୍କୁ ସାହାଯ୍ୟ ର ହାତ ବଢ଼ାଇଲେ 

ତିନି ଅସହାୟ ଭଉଣୀଙ୍କୁ ସାହାଯ୍ୟ ର ହାତ ବଢ଼ାଇଲେ 

 

ଜେ ବି ଏନ, ୨୨/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଅସହାୟ ଭଉଣୀଙ୍କୁ USA ର ଜଣେ ମହାନ୍ ବଦାନ୍ୟ ବ୍ୟକ୍ତି 10000ଟଙ୍କା ପଠେଇ ସାହାଯ୍ୟ କରିଛନ୍ତି l ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ 12700 ଟଙ୍କା ତାଙ୍କ ପାଖକୁ ଗଲାଣି ,ଏବଂ ଆଗାମୀ ଭବିଷ୍ୟତ ର କେମିତି ଭଲରେ ଚଳିବେ ସେ ତିନୋଟି କନ୍ୟା ରତ୍ନ ସେ ବିଷୟରେ ସେ ପରିବାର ସହିତ ଆଲୋଚନା କରିଛନ୍ତି। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ୰ଟିହିଁକୁଳୀ ବେହେରା ଓ ମା ୰ ରାଧା ବେହେରା ଙ୍କ ମୃତ୍ୟୁ ପରେ ବାପାମାଆ ଛେଉଣ୍ଡ ତିନି ଭଉଣୀ ସାହାରା କେହି ନାହାନ୍ତି। ତିନି ଭଉଣୀ କବିତା ବେହେରା (୧୮) ସରିତା ବେହେରା (୧୭) ଅଶାନ୍ତି ବେହେରା (୧୫)। ବାପା ଟିହିଁକୁଳୀ ବେହେରା ୨ ବର୍ଷ ତଳେ କ୍ୟାନ୍ସରରେ ରେ ମୃତ୍ୟୁ ବରଣ କଲେ । ଏବେ ମା ୮ ଦିନି ହବ ସାପ କାମୁଡା ରେ ମୃତ୍ୟୁ ବରଣ କଲେ। ତିନି ଭଉଣୀ ଏବେ ବେସାହାରା । ଆଜି ସାହାଯ୍ୟ ର ହାତ ବଢାଇଲେ USA ଥିବା ଜଣେ ମହାନ ଦରଦୀ ବନ୍ଧୁ ସାର୍ ଏବଂ ସମାଜ ସେବୀ ଭାଇ ମାନେ। ସେଥି ପାଇଁ ସମସ୍ତ ସମାଜ ସେବୀ ଏବଂ କନ୍ୟା ଅମୂଲ୍ୟ ରତ୍ନ ମାନବାଧିକାର , ସମାଜ ସେବୀ ଦୁଃଖବନ୍ଧୁ ବିଶ୍ୱାଳ , aswin barik ଭାଇ, ସୁଦର୍ଶନ ଭାଇ, ତାଳଚେର ର ସମାଜ ସେବୀ Biswajit Nayak Amaresh Mishra ସମାଜ ସେବୀ Ranjan Kumar ଭାଇ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି। ଏବଂ ସେ ପିଲା ମାନଙ୍କର ସମସ୍ତ ରହିବା ବ୍ୟବସ୍ଥା ଭବିଷ୍ୟତ ବ୍ୟବସ୍ଥା ଜୀବନ ରେ ଯେମିତି ଖୁସି ଆସିବ ଆଗାମୀ ଭବିଷ୍ୟତ ପାଇଁ କବିତା ର ବବା ସହିତ ଦୁଃଖବନ୍ଧୁ ଓ aswin barik ବାବୁ ଆଲୋଚନା କରିଛନ୍ତି ,, ଏବଂ ପ୍ରତିଶ୍ରୁତି ଦେଇଛନ୍ତି, ଏବଂ ଦୁଖବନ୍ଧୁ ,ସାମାଜିକ ଗଣମାଧ୍ୟମ ରେ ସରକାର ଙ୍କୁ ଅନୁରୋଧ କରିଛନ୍ତି ସାହାଯ୍ୟ ର ହାତ ବଢାଇବା ପାଇଁ l

Recent Post

Live Cricket Update