ବେଗୁନିଆପଡା ବ୍ଲକ ର ବିଭିନ୍ନ ସ୍ଥାନରେ ବିଶ୍ଵ ଜଳ ଦିବସ ପାଳିତ 

ବେଗୁନିଆପଡା ବ୍ଲକ ର ବିଭିନ୍ନ ସ୍ଥାନରେ ବିଶ୍ଵ ଜଳ ଦିବସ ପାଳିତ 

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର (୨୨.୦୩.୨୦୨୧)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତ ରେ ବିଶ୍ଵ ଜଳ ଦିବସ ଖୁବ୍ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହିପରି ଭାବେ ମର୍ଦ୍ଧମେଖ ପଂଚାୟତର କନ୍ଦିଆ ବିଦ୍ୟାଳୟ ଠାରେ ଏକ କାର୍ଯ୍ୟକ୍ରମ ପାଳନ ଅବସରରେ ଏ ପି ଡି ବାଣୀ ସୁକାନ୍ତ ପଟ୍ଟନାୟକ ଙ୍କ ଉପସ୍ଥିତିରେ ବିଡ଼ିଓ ବେଦବର ପ୍ରଧାନ ପରିଚାଳନା ଦାୟିତ୍ବ ନେଇଥିଲେ । ମର୍ଦ୍ଧମେଖ ଗ୍ରାମର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟ ମାନଙ୍କ ସହଯୋଗରେ ନିକଟସ୍ଥ ପୁଷ୍କରିଣୀ ସଫେଇ କାର୍ଯ୍ୟକ୍ରମ ହୋଇଥିଲା । କନିଷ୍ଠ ଯନ୍ତ୍ରୀ ମମତା ପଣ୍ଡା, ଶୁଭଶ୍ରୀ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ସ୍ଵେଚ୍ଛାସେବୀ ନଗୁରୁ ମେହେଣା ସମେତ ଅନ୍ୟମାନେ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମ ପରେ ପରେ ମର୍ଦ୍ଧକୋଟ ପଂଚାୟତର ମହୁରିଆ ପୋଖରୀକୁ ସଫେଇ କରାଯାଇଥିଲା କରାଯାଇଥିଲା । ଏଥିରେ ମର୍ଦ୍ଦକୋଟ ପଞ୍ଚାୟତ ର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ। ପୂର୍ବରୁ ଯଥାରୀତି ଜିଲ୍ଲାପାଳଙ୍କ ବାର୍ତ୍ତା ପଠନ ଓ ଶପଥ ପାଠ ଓ ପ୍ରାରମ୍ଭିକ ବାର୍ତ୍ତା ପ୍ରଦାନ ସ୍ୱରୂପ ଏକ ରାଲିରେ କନ୍ଦିଆ ଗ୍ରାମକୁ ପରିକ୍ରମା କରାଯାଇଥିଲା ।

Recent Post

Live Cricket Update