କୋଭିଡ୍ କଟକଣା ନେଇ ଯାତ୍ରା କମିଟି କୁ ସଚେତନ କଲା ପ୍ରଶାସନ

କୋଭିଡ୍ କଟକଣା ନେଇ ଯାତ୍ରା କମିଟି କୁ ସଚେତନ କଲା ପ୍ରଶାସନ

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର ( ୨୩.୦୩.୨୦୨୧)-: ଗଞ୍ଜାମ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ କରୋନା ମହାମାରୀର ଦ୍ଵିତୀୟ ଲହର ର ଭୟବହାତା କୁ ନେଇ ଆଜି କୋଦଳା ତହସିଲ କାର୍ଯ୍ୟଳୟ ପରିସର ରେ ତହସିଲଦାର ଅବନୀ କୁମାର ସାହୁଙ୍କ ସଭାପତିତ୍ୱ ରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ବେଗୁନିଆପଡା ବ୍ଲକ ବିଡ଼ିଓ ବେଦବର ପ୍ରଧାନ, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ,ଏନଏସି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ,ଥାନା ଅଧିକାରୀ ଦେବାଶିଷ ମହାନ୍ତି ଉପସ୍ଥିତ ରହି କୋଦଳା ତହସିଲ ଅଞ୍ଚଳ ର ସମସ୍ତ ଦଣ୍ଡଯାତ୍ରା ଏବଂ ଦୋଳଯାତ୍ରା କମିଟି ସଦସ୍ୟଙ୍କୁ କୋଭିଡ ଗାଇଡଲାଇନ ଅନୁଯାଇ କେବଳ ୫୦-୬୦ ଭକ୍ତଙ୍କ ଗହଣ ରେ କାର୍ଯ୍ୟ ସମାପନ କରିବା ସହିତ ସୂର୍ଯ୍ୟାସ୍ତ ପରେ କୌଣସି ବାଜା, ଡିଜେ, ବାଣ, ନାଚ, ଅପେରା ଓ କୌଣସି ସାଂସ୍କୃତିକ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଉପସ୍ଥିତ କାର୍ଯ୍ୟକର୍ତ୍ତା ସଚେତନ କରିଥିଲେ । ଏଥିସହିତ “ହୋଲି “ମଧ୍ୟ ବାହାରେ ପାଳନ ନ କରି କେବଳ ପରିବାର ସହିତ ଘର ମଧ୍ୟରେ ପାଳନ କରାଯିବ ବୋଲି ପ୍ରଶାସନିକ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ । ଯଦି ଏଥିରେ କୌଣସି କମିଟି ଅବମାନନା କରନ୍ତି ତାହାହେଲେ ଆଇନ ଅନୁଯାଇ ଦଣ୍ଡିତ ହେବେ ବୋଲି ସୂଚାଇ ଦେଇଛନ୍ତି । ତହସିଲଦାର ଙ୍କୁ ଅନୁମତି ନେଇ କୋଭିଡ୍ ଗାଇଡ ଲାଇନ୍ ମାନି କାର୍ଯ୍ୟ କରିବାକୁ ଯାତ୍ରା କମିଟି କୁ ଅନୁରୋଧ କରାଯାଇଥିବା ଜଣାପଡ଼ିଛି ।

Recent Post

Live Cricket Update