ଗାନ୍ଧିଜୀ ଙ୍କ ଓଡିଶା ଶୁଭl ଗମନର 100 ବର୍ଷ ପୂର୍ତ୍ତି ଅବସରରେ କଟକ ଚଳଚଞ୍ଚଳ 

ଗାନ୍ଧିଜୀ ଙ୍କ ଓଡିଶା ଶୁଭl ଗମନର 100 ବର୍ଷ ପୂର୍ତ୍ତି ଅବସରରେ କଟକ ଚଳଚଞ୍ଚଳ 

 

 

 

ଜେ ବି ଏନ, ୨୪/୦୩/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), କଟକ : ଆଜି କଟକ ଜିଲ୍ଲା ରେ ଗାନ୍ଧିଜୀ ଙ୍କ ଶୁଭ ଗମନ ର 100 ବର୍ଷ ପୁର୍ତ୍ତୀ ଅବସରରେ ଏକ ବିଶାଳ ଶୋଭା ଯାତ୍ରା କଟକ ରେଲୱେ ଷ୍ଟେସନରୁ ଆରମ୍ଭ ହୋଇ କାଠ ଯୋଡି ବେଲ ଭେଉ ଛକରେ ନବ ନିର୍ମାଣ ପାର୍କରେ ସରି ଥିଲା। ଏହି କାର୍ଯ୍ୟକ୍ରମରେ ବହୁ ମାତ୍ରା ରେ ନେତା ଙ୍କ ସହ ଜନତା ମଧ୍ୟ ସାମିଲ ହୋଇ ଥିଲେ। ସେହିପରି ସନ୍ଧ୍ୟା ସମୟରେ କଟକ କଳା ବିକାଶ କେନ୍ଦ୍ର ରେ ନାଟକ ଗାନ୍ଧିଙ୍କ ଓଡିଶା ପରିବେଷଣ କରା ଯାଇଥିଲା। ସବୁଠାରୁ ଆକର୍ଷଣର କେନ୍ଦ୍ର ସାଜିଥିଲା। କଟକ ଦର୍ଘା ବଜାର ଜେଲ ପଡିଆ ଯଉଠି ଗାନ୍ଧିଜୀ ଙ୍କ କଟକ ରେ ଆସିବା ପରେ ବ୍ୟବହାର ହୋଇଥିବା ଚୌକି, ଦରୀ ଓ ବହୁତ୍ କିଛି ତାଙ୍କ ବିଷୟ ରେ ଜାଣିବା ଜିନିଷ ରଖା ଯାଇଥିଲା। ତାହା ସହିତ ସେଠି ଉପସ୍ଥିତ ଥିଲେ କୃଷ୍ଣ ମହାନ୍ତି ଯେ କି 5 ବର୍ଷ ବୟସ ରେ ଗାନ୍ଧିଜୀ ଙ୍କ ପାଦ ଚାଲ ସହିତ କଟକ ରେ ଗାନ୍ଧି ଙ୍କ ସହ ଉପସ୍ଥିତ ଥିଲେ। ତାଙ୍କ ସହ ଜଷ୍ଟିସ୍ ମହାନ୍ତି, ପୁଷ୍ପ ଲତା ସାହୁ, ( ପୁରାତନ ବିଧାୟକ ତଥା ମନ୍ତ୍ରୀ) କସ୍ତୁରିବା ଟ୍ରଷ୍ଟର ଚେୟାରମ୍ଯାନ ଓ ଗନ୍ଧିଆନ୍ ଇକୋନୋମିକ୍ସ ଶ୍ରୀମତୀ ପ୍ରେରଣା ଦେଶାଇ ମଞ୍ଚା ରୁଢ ହୋଇ ଶୋଭା ବଢେଇ ଥିଲେ। ବହୁ ବର୍ଷ ପରେ କଟକ ବାସି ଗାନ୍ଧିଜୀ ଙ୍କ ଅମୂଲ୍ୟ ନୀତି ବାଣୀ, ତାଙ୍କ ସ୍ଵାଧୀନତା ପଛରେ ଥିବା ବଳିଦାନ , ତାଙ୍କ ସ୍ଵଦେଶୀ କରଣ ର ମହତ୍ତ୍ଵ କୁ କିଛି ମାତ୍ରା ରେ ବୁଝି ପାରି ଥିବେ ବୋଧେ । ଜାତିର ପିତା ମହାତ୍ମା ଗାନ୍ଧି ଙ୍କୁ ଆମ JBN TV ତରଫରୁ କୋଟି କୋଟି ପ୍ରଣାମ।

ଦେଖନ୍ତୁ କିଛି ଦୁର୍ଲଭ ଭିଡ଼ିଓ ଆଉ ଫଟୋ। ଯାହା ଆମ JBN TV କ୍ୟାମେରାରେ କଏଦ କରି ଆମେ ଆପଣ ଙ୍କୁ ସମର୍ପିତ କରାଉଛୁ।

Recent Post

Live Cricket Update