ବନ୍ୟଜନ୍ତୁ ମାଂସ ସହ ଦୁଇ ଶିକାରୀ ଗିରଫ

ବନ୍ୟଜନ୍ତୁ ମାଂସ ସହ ଦୁଇ ଶିକାରୀ ଗିରଫ

(ଜେ ବି ଏନ) (ସୁଶାନ୍ତ କୁମାର /ଶୁଭମ ପାଣି)୨୪/୦୩/୨୦୨୧ ଢେଙ୍କାନାଳ  : ଢେଙ୍କାନାଳ ବନଖଣ୍ଡ ଷଡଙ୍ଗୀ ବନାଞ୍ଚଳର ଅଶ୍ୱଖୋଲା ନିକଟରୁ ବନ ବିଭାଗ କର୍ମଚାରୀ ୨ଜଣ ଶିକାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୬୦୦ ଗ୍ରାମ ବନ୍ୟଜନ୍ତୁ ମାଂସ ଜବତ କରିଛନ୍ତି ।

ବନବିଭାଗ ସୂଚନା ଅନୁଯାୟୀ ଗଁଦିଆ ଥାନା ଅନ୍ତର୍ଗତ ଡଲାର ଗ୍ରାମର ଗୌରାଙ୍ଗ ପୁର୍ତ୍ତୀ ( ୪୧ ) ବୁଡୁ ପୁର୍ତ୍ତୀ ଏବଂ ଜଗନ ମୁଣ୍ଡା ( ୩୦ ) ଗତକାଲି ଅପରାହ୍ନ ପ୍ରାୟ ୨:୩୦ ମିନିଟ ସମୟରେ ଅଶ୍ୱଖୋଲା ଜଙ୍ଗଲରେ ଏକ ଖୁରିଙ୍ଗକୁ ମାରି ତା’ର ମାଂସ ନେଉଥିଲେ । ଖବର ପାଇ ଷଡ଼ଙ୍ଗା ବନ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ସେମାନଙ୍କ ଠାରୁ ୧କେଜି ୬୦୦ ଗ୍ରାମ ମାଂସ ଜବତ କରିଥିଲେ । ଏ ସଂପର୍କରେ 160s 2020-21 dt 23/03/2021 ରେ ଏକ ମାମଲା ରୁଜୁ କରାଯାଇ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

Recent Post

Live Cricket Update