କଥା ଦେଇ କଥା ରଖିଲେନି ପ୍ରସାଶନିକ ଅଧିକାରୀ

କଥା ଦେଇ କଥା ରଖିଲେନି ପ୍ରସାଶନିକ ଅଧିକାରୀ

ଚାଷୀ ହତାଶ ହୋଇ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ

ଜେ ବି ଏନ (ସୁବ୍ରତ କୁମାର /ଶୁଭମ ପାଣି) ୨୪/୦୩/୨୦୨୧ ଢେଙ୍କାନାଳ /ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ପାଞ୍ଚଟି ପଞ୍ଚାୟତ ର ସରପଞ୍ଚ ଓ ଚାଷୀ ମାନେ ନିଜର ଧାନ ବିକ୍ରି ନିମନ୍ତେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ।

ସୂଚନା ମୁତାବକ ତା ୦୫/୦୩/୨୦୨୧ ରିଖ ଦିନ ବାଲିମି ଥାନା ଅଞ୍ଚଳର ୫ ଟି ପଞ୍ଚାୟତ( କୁକୁରଟା, ଅସରଡା, ଠୋକର, ରଞ୍ଜାଗୋଳ, କନ୍ତମିଳି,)ଧାନ ବିକ୍ରି ହୋଇ ପାରି ନଥିବାରୁ କୁକୁଟା ଛକ ନିକଟରେ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ବାଲିମି ଥାନାଧିକାରୀ, ଅତିରିକ୍ତ ତହସିଲଦାର, ହିନ୍ଦୋଳ ଯୋଗାଣ ନିରୀକ୍ଷକ, ସେବା ସମବାୟ ସମ୍ପାଦକ ମହୋଦୟ ଚାଷିଙ୍କ ଅଭିଯୋଗ ଶୁଣିବା ପରେ ୭ ଦିନ ଅପେକ୍ଷା କରିବାକୁ ପ୍ରତିଶୃତି ଦେଇଥିଲେ। ପ୍ରାୟ ଏକ ମାସ ହେବାକୁ ଯାଉଥିବାବେଳେ ଜିଲ୍ଲା ପ୍ରସାଶନିକ ଅଧିକାରୀ ଙ୍କ ଠାରୁ ଉତ୍ତର ନମିଳିବାରୁ ଶେଷରେ ନିରୁପାୟ ହୋଇ ଆଜି ୫ ଟି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଓ ଚାଷୀ ମିଶି ଜିଲ୍ଲପାଳ ଙ୍କ ନିକଟରେ ନିଜର ଅଭିଯୋଗ ଜଣାଇଛନ୍ତି।

Recent Post

Live Cricket Update