ଆଜି ଅନୁଗୋଳ ଜିଲ୍ଲାରୁ ୦୫ ଜଣ କରୋନା ପଜିଟିଭ ଚିହ୍ନଟ
ପଜିଟିଭ ସଂଖ୍ୟା ୧୨୪୩୬ରେ ପହଞ୍ଚିଲା-ସୁସ୍ଥ ହେଲେ ୦୪ ଜଣ
………………………………..
ଜେ ବି ଏନ, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ ୨୪/୩/୨୦୨୧- ଆଜି ଅନୁଗୋଳ ଜିଲ୍ଲାରେ ୦୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ବାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ କେହି ଆକ୍ରାନ୍ତ ହୋଇ ନଥିବାରୁ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ ରେ ସୀମିତ ଅଛି। ଆକ୍ରାନ୍ତ ମାନଙ୍କ ମଧ୍ୟରେ ପାଲଲହଡ଼ା ବ୍ଳକ ଅଞ୍ଚଳରୁ ୩ ଜଣ (୧ ପୁରୁଷ ଓ ୨ ମହିଳା), ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୧ ଜଣ (୧ପୁରୁଷ) ଓ ଅନୁଗୋଳ ପୈ।ରାଞ୍ଚଳ ରୁ ୧ ଜଣ (୧ପୁରୁଷ) ଅଛନ୍ତି । ଲକ୍ଷଣ ଯୁକ୍ତ ଆକ୍ରାନ୍ତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା
ଓ୍ବ।ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରଣ କରାଯାଇଥିବା ବେଳେ ସ୍ୱଳ୍ପ ଲକ୍ଷଣ ଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେଶନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୦୪ଜଣ ହୋମ୍ ଆଇସୋଲେସନ୍ ରେ ଥିବାର ଜଣାପଡ଼ିଛି ।