ବଅଁରପାଳ ବ୍ଲକରେ ବ୍ଲକ ସ୍ତରୀୟ ପରାମର୍ଶ ଶିବିର

ବଅଁରପାଳ ବ୍ଲକରେ ବ୍ଲକ ସ୍ତରୀୟ ପରାମର୍ଶ ଶିବିର

ଜେ. ବି. ଏନ୍, ରିପୋର୍ଟ, ସୁଶାନ୍ତ କୁମାର ସାମଲ, (୨୩/୦୩/୨୦୨୧) ବଅଁରପାଳ :ଅନୁଗୁଳ ଜିଲ୍ଲା ବଅଁରପାଳ ଭାରତ୍ ସରକାର ଓ ଓଡିଶା ସରକାର ଙ୍କ ମିଳିତ ଉଦ୍ୟମରେ ଦିନ ଦୟାଲ ଗ୍ରାମୀଣ କୌଶଳ ଯୋଜନା (DDUGKY) ବ୍ଲକ ସ୍ତରୀୟ ପରାମର୍ଶ ଶିବିର ବଅଁରପାଳ ବ୍ଲକ କାର୍ଯ୍ୟାଳୟ ଆନୁକୁଲ୍ୟରେ ତା. ୨୪/୦୩/୨୦୨୧ ରିଖ ରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପରାମର୍ଶ ଶିବିରକୁ ଓଡିଶା ଜିବିକା ମିସନ୍(OLM) ବଅଁରପାଳ ବ୍ଲକ ଆୟୋଜନ କରିଥିଲେ ।ପରାମର୍ଶ ଶିବିରରେ ମୁଖ୍ୟ ଅତିଥି ବଅଁରପାଳ ପଞ୍ଚାୟତ ସମିତି ର ଅଧକ୍ଷା ଶ୍ରୀମତି ଅଞ୍ଚଳୀ ଭୋଇ ପ୍ରଦୀପ ପ୍ରଜ୍ବଳନ କରି ଶିବିରର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ବଅଁରପାଳ ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) ଶ୍ରିମତୀ ଏଲିନା ମିଶ୍ର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ABDO) ଶ୍ରୀଯୁକ୍ତ ମାଧବ ପାଣିଗ୍ରାହୀ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (AEE) ଓ ର ମାସ ଜିଲ୍ଲା କାର୍ଯ୍ୟାଳୟ ଅନୁଗୁଳ ର ଜିଲ୍ଲା କୋଡିନେଟର କୋଶଳ (DC skill) ଶ୍ରୀଯୁକ୍ତ ତପନ କୁମାର ଦାସ ଆଜି ଅତିଥି ମାନେ ଉପସ୍ଥିତ ଥିଲେ। ଓଡିଶା ଜିବିକା ମିସନ ର (OLM) ବ୍ଲକ ଜିବିକା ସଂଯୋଜକ (BLC) ସୁନିତା ପାଲ, ସୁବ୍ରତ କୁମାର ଦାସ, କୃତାର୍ଥ ବିଶ୍ଵାଳ ଓ ଜୋସ୍ନା ମଇ ସ୍ଵାଇଁ ଉକ୍ତ ପରାମର୍ଶ ଶିବିରକୁ ପରିଚାଳନା କରୁଥିଲେ। ଶ୍ରୀଯୁକ୍ତ ପାଣିଗ୍ରାହୀ ସାର୍ ସଭା ପରିଚାଳନା କରୁଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରିମତୀ ମିଶ୍ର ପରାମର୍ଶ ଶିବିର ର ଗୁରୁତ୍ଵ ଉପରେ ସମସ୍ତ ବେକାର ଯୁବକ ଯୁବତୀ ମାନଙ୍କୁ ଅବଗତ କରାଇଥିଲେ। DC skill ଶ୍ରୀଯୁକ୍ତ ଦାସ DDUGKY ଯୋଜନା ର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ବେକାରୀ ଯୁବକ ଯୁବତୀ ମାନଙ୍କୁ ଆଲୋକପାତ କରାଇଥିଲେ। ଉକ୍ତ ପରାମର୍ଶ ଶିବିରରେ ଗ୍ରାମ ତରଂଗ, ସିଏସଥା ଜେ ଆଇ ଜି ନିଗମ ବଲରାମ ପଣ୍ଡା ଟ୍ରଷ୍ଟ ୟୁକୋ ଅନସନି ଓ ସାହି ଏକ୍ସପୋର୍ଟ ଆଦି ୭ ଟି ତାଲିକା ପ୍ରଦାନ କାରୀ ସଂସ୍ଥା (PIA) ଉପସ୍ଥିତ ରହି ବିଭିନ୍ନ୍ ଟ୍ରେଡ଼ ବିଷୟରେ ପରାମର୍ଶ ଦେଇଥିଲେ। ଉକ୍ତ ପରାମର୍ଶ ଶିବିରରେ ବିଭିନ୍ନ୍ ଗ୍ରାମ ପଞ୍ଚାୟତରୁ ୩୦୫ ଜଣ ବେକାରୀ ଯୁବକ ଓ ଯୁବତୀ ପଞ୍ଜୀକରଣ କରାଇଥିଲେ। ସେଥୀ ମଧ୍ୟରୁ ୨୩୬ ଜଣ ପାର୍ଥୀଙ୍କୁ PIA ମାନେ କରାଇଛନ୍ତି। ଜନ୍ମ ମଧ୍ୟରୁ ଜେ ଆଇ ଜି – ୬୫, ସିଏସଥା po ନିୟମ ୮୯, ୟୁକୋ ଆଇ ସେଟ ୦୯ ଗ୍ରାମ ତରଂଗ ୬ ବଲରାମ ପଣ୍ଡା ଟ୍ରଷ୍ଟ ୫୦ ଓ ସାହି ଏକ୍ସପୋର୍ଟ ରୁ ୭ଜଣ ପ୍ରାର୍ଥୀ ଟ୍ୟାପିଂ ଦେଇଛନ୍ତି। ପାର୍ଥି ମାନଙ୍କ ସହିତ ଅଭିଭାବକଙ୍କ ମାନେ ମଧ୍ୟ ଉପସ୍ଥିତ ଥିଲେ। ବିଭିନ୍ନ୍ ଗ୍ରାମ ପଞ୍ଚାୟତରୁ MBK ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ସର୍ବ ଶେଷରେ ଶ୍ରୀଯୁକ୍ତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରି ସଭାକୁ ସାଙ୍ଗ କରିଥିଲେ।

Recent Post

Live Cricket Update