ଜେଇଇ (ମେନ୍‌) ପରୀକ୍ଷା ରେ ଓଡିଶାର ଦେବାଶିଷ ପଣ୍ଡା ଟପ୍ପର

 

ଜେଇଇ (ମେନ୍‌) ପରୀକ୍ଷା ରେ ଓଡିଶାର ଦେବାଶିଷ ପଣ୍ଡା ଟପ୍ପର

 

 

ଜେ ବି ଏନ, ୨୫/୦୩ /୨୦୨୧, ଭୁବନେଶ୍ୱର : ଜେଇଇ ମେନ(ମାର୍ଚ୍ଚ ସେସନ)ର ରେଜଲ୍ଟ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ପ୍ରକାଶ ପାଇଛି। ଉକ୍ତ ସେସନରେ ସମୁଦାୟ ୧୩ ଜଣ ଶିକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖିଛନ୍ତି। ଏହି ପରୀକ୍ଷାରେ ଓଡିଏମ୍‌ ସ୍କୁଲ ଛାତ୍ର ଦେବାଶିଷ ପଣ୍ଡା ଟପ୍ପର ହୋଇଛନ୍ତି । ସେ ମୋଟ ୯୯.୯୫% ମାର୍କ ରଖିଛନ୍ତି। ଆଗକୁ ଏପ୍ରିଲ ଓ ମେ’ ସେସନର ଜେଇଇ ମେନ ପରୀକ୍ଷା ଅନୁଷ୍ଠିତ ହେବ। ଏହାପରେ ସବୁ ସେସନର ରେଜଲ୍ଟକୁ ମିଶାଇ ଟପ ୪ ସ୍କୋରଙ୍କ ନାଁ ଘୋଷଣା କରାଯିବ। ଏହାପୂର୍ବରୁ ମାର୍ଚ୍ଚ ୮ରେ ଜେଇଇ ମେନ ଫେବୃଆରୀ ସେସନର ରେଜଲ୍ଟ ପ୍ରକାଶ ପାଇଥିଲା। ସୂଚନାଯୋଗ୍ୟ, ମାର୍ଚ୍ଚ ସେସନର ଜେଇଇ ମେନ ପରୀକ୍ଷା ପାଇଁ ୬,୧୯,୩୬୮ ଜଣ ଶିକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ। ଏମାନଙ୍କ ମଧ୍ୟରୁ ପ୍ରାୟ ୫ ଲକ୍ଷ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପ୍ରକାଶ ଥାଉକି ପରୀକ୍ଷାର ୬ ଦିନ ପରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି l

 

Recent Post

Live Cricket Update