ଆସନ୍ତାକାଲି ୧୨ ଘଣ୍ଟିଆ ଭାରତ ବନ୍ଦ  

ଆସନ୍ତାକାଲି ୧୨ ଘଣ୍ଟିଆ ଭାରତ ବନ୍ଦ  

 

ଜେ ବି ଏନ, ୨୫/୦୩ /୨୦୨୧, ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ଟି କୃଷି ବିଲକୁ ବିରୋଧ କରି ଗତ ବର୍ଷ ଠାରୁ ଆରମ୍ଭ କରି କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ପ୍ରକାଶ ଥାଉକି ଆସନ୍ତାା କାଲି ଏହି ଆନ୍ଦୋଳନକୁ ୪ ମାସ ପୂରିବାକୁ ଯାଉଥିବା ବେଳେ ସଂଯୁକ୍ତ କିଷାନ ମୋର୍ଚ୍ଚା ପୁଣି ଥରେ ଭାରତ ବନ୍ଦର ଡାକରା ଦେଇଛି । ଆସନ୍ତାକାଲି ଶୁକ୍ରବାର ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବ । ବନ୍ଦ ବେଳେ ପୂରା ଦେଶରେ ସଡ଼କ, ରେଳ ପରିବହନ ସହ ବଜାର ବନ୍ଦ ରହିବ ବୋଲି କୁହାଯାଇଛି । ତେବେ ଆମ୍ବୁଲାନ୍ସ ସେବା ଓ ଅନ୍ୟାନ୍ୟ ସେବା ଜାରି ରହିବ ବୋଲି ଜଣା ପଡିଛି l.

Recent Post

Live Cricket Update