ଅନୁଗୋଳ: କେନ୍ଦୁଢିପ ସ୍ଥିତ ଶୀତୁରା ସାହିରେ ମିଳୁନାହିଁ ପିଇବାକୁ ଟୋପେ ପାଣି !

ଅନୁଗୋଳ: କେନ୍ଦୁଢିପ ସ୍ଥିତ ଶୀତୁରା ସାହିରେ ମିଳୁନାହିଁ ପିଇବାକୁ ଟୋପେ ପାଣି !

 

 

ଜେ ବି ଏନ, ୨୫/୦୩ /୨୦୨୧, (ରିପୋର୍ଟ, ମଦନ ସାହୁ), ନାଲକୋ/ଅନୁଗୋଳ: ବଳରାମ ପ୍ରସାଦ ପଞ୍ଚାୟତ, କେନ୍ଦୁଢିପ ସ୍ଥିତ ଶୀତୁରା ସାହିର ସ୍ଥାନୀୟ ଲୋକମାନେ ପାନୀୟ ଜଳ ପାଇଁ ବିଗତ ପନ୍ଦର ଦିନ ହେବ ଅକଥନୀୟ ଅସୁବିଧା ଭୋଗୁଛନ୍ତି l ପିଇବାକୁ ପାଣି ବୁନ୍ଦାଟିଏ ପାଉନାହାନ୍ତି l ସରପଞ୍ଚ ଙ୍କୁ ଗୁହାରି କରି କରି ମଧ୍ୟ ସେ କର୍ଣ୍ଣପାତ ନ କରିବାରୁ ଆଜି ବାଧ୍ୟ୍ୟ ହୋଇ ରାଜରାସ୍ତା କୁ ଓଲାହିଛନ୍ତି ସ୍ଥାନୀୟ ଜନସାଧାରଣ l ଏଫସିଆଇ ଓ ତାଳଚେର ରାସ୍ତା କୁ କେନ୍ଦୁଢିପ ଠାରେ ଅବରୋଧ କରିଛନ୍ତି l ନଳକୂପ ରେ ମଧ୍ୟ ଟୋପାଟିଏ ପାଣି ବାହାରୁ ନାହିଁ ଏ ପରିସ୍ଥିତି ରେ ଯଦି ସରପଞ୍ଚ ତାଙ୍କ କଥା ନ ଶୁଣିବେ, ତେଵେ ଆଗାମୀ ଦିନରେ ଆନ୍ଦୋଳନ ଭୟଙ୍କର ରୂପ ନେବବୋଲି ଶୀତୁରା ସାହି ବାସିନ୍ଦା ଚେତାବନୀ ଦେଇଥିଲେ l ପାଣି ନ ଆସିବାଯାକେ ଆନ୍ଦୋଳନ ଚାଲୁରଖିବାକୁ ଜିଦ ଧରି ବସିଛନ୍ତି l ରାସ୍ତା ଅବରୋଧ ଯୋଗୁ ଯାତାୟାତ ରେ ଘୋର ସମସ୍ୟା ସୃଷ୍ଟି ହୋଇଛି l

Recent Post

Live Cricket Update