



ନୂତନ AITUC କର୍ମକର୍ତ୍ତା ନିର୍ବାଚିତ

ଜେ ବି ଏନ, ୨୫/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ରାମଜୀ ମଣ୍ଡପ ଠାରେ ଜମ୍ବେଶ୍ଵର ପୃଷ୍ଟି ଙ୍କ ସଭାପତିତ୍ବରେ ଜିଲ୍ଲାର ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ନୂତନ AITUC କର୍ମକର୍ତ୍ତା ନିର୍ବାଚିତ କରାଯାଇ ଥିଲା। ଆଗାମୀ ବର୍ଷ ପାଇଁ ସଭାପତି ଭାବେ ଜମ୍ବେଶ୍ଵର ପୃଷ୍ଟି, ସମ୍ପାଦକ ଭାବେ ନାରାୟଣ ନାୟକ, ଉପସଭାପତି ରବି ରଥ, କୁମୁଦିନୀ ମହାରଣା, କଲ୍ୟାଣୀ ହୋତା, ସହ ସମ୍ପାଦକ ଭାବେ ମୀନତି ପଣ୍ଡା, ଭାରତୀ ଦାସ, କୋଷାଧ୍ଯକ୍ଷ ସୁଫଳା ମହାପାତ୍ର ସମେତ ୭ ଜଣ ଙ୍କୁ ନିର୍ବାଚିତ କରାଯାଇଅଛି। କୃଷକ ଆନ୍ଦୋଳନ ସମର୍ଥନ କରିବା ସହ ଆଗାମୀ କାଲି ଭାରତ ବନ୍ଦ ରେ ସାମିଲ ହେବା ସହ ମାର୍ଚ୍ଚ ୩୧ ତାରିଖ ରେ ହେବାକୁ ଥିବା ବିକ୍ଷୋଭ ରେ ହଜାର ହଜାର ଶ୍ରମିକ ଢେଙ୍କାନାଳ ଜିଲ୍ଲା ଯୋଗଦେବା ନିମନ୍ତେ ଆହ୍ଵାନ ଦେଇଛନ୍ତି।