ବଅଁରପାଳ ଥାନା ଅଞ୍ଚଳରେ ବିପୁଳ ପରିମାଣର ବେଆଇନ୍ ଗୋରୁ ଚାଲାଣ, ୩୧ ଅଭିଯୁକ୍ତ ଗିରଫ
ଜେ ବି ଏନ, ୨୫/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ବଅଁରପାଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ତଳମୂଳ ଗ୍ରାମରେ ବେଆଇନ୍ ଗୋରୁ ଚାଲାଣ ସମୟରେ ବଅଁରପାଳ ପୋଲିସ ଏକ ବିରାଟ ରେସ୍କ୍ୟୁ କରି ବିପୁଳ ପରିମାଣର ଗୋରୁ, ଗାଡି ଓ ଟଙ୍କା ଜବତ କରିବା ସହ ୩୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି l ପୋଲିସ ସୂଚନା ମୁତାବକ ଗତକାଲି ରାତିରେ ନରସିଂହପୁର, ହିନ୍ଦୋଳ ଓ ଆଠଗଡ଼ ଅଞ୍ଚଳରୁ ଗୋରୁ କିଣି ବେଆଇନ୍ ଚାଲାଣ କରି କେନ୍ଦୁଝର ଅଞ୍ଚଳରେ ବିକ୍ରି କରିବା ପାଇଁ ଯୋଜନା କରିଥିଲେ l ଏ ନେଇ ବଅଁରପାଳ ପୋଲିସ ଖବର ପାଇ ରାତିରେ ଚଢାଉ କରିଥିଲେ l ପୋଲିସକୁ ଦେଖି ସେମାନେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ l
୧୨ ପିକଅପ୍ ଭ୍ଯାନ, ୩୧ ଅଭିଯୁକ୍ତ, ୧୦୫ ଟି ଗୋରୁ, ଗୋଟିଏ ଶିଫ୍ଟ ଡିଜାଏର, ଓ ନଗଦ ୮୭,୫୩୦ ଟଙ୍କା ଓ ୨୧ ଟି ମୋବାଇଲ ଫୋନ ଜବତ କରାଯାଇଛି l ଏ ନେଇ ପୋଲିସ ପକ୍ଷରୁ କେଶ ନଂ ୧୦୪/୨୫/୦୩ /୨୦୨୧ ଧାରା ୩୫୩/୩୦୭/୪୨୯/୫୦୬/୩୪ ଆଇପିସି /୧୧ ପ୍ରିଭେନସନ୍ ଆନିମାଲ ଆକ୍ଟ /୭ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି l