କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ର ଭାରତ ବନ୍ଦ

କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ର ଭାରତ ବନ୍ଦ

 

 

ଜେ ବି ଏନ, ୨୬/୦୩/୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଆଜି ଦେଶବ୍ୟାପୀ ଧର୍ମଘଟ ଚାଲିଛି। ଏହି ଅବସରରେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରତ ବନ୍ଦ ପାଳନ କରାଯାଇଛି। ଏହି ଆନ୍ଦୋଳନ ରେ ବିଭିନ୍ନ ଟ୍ରେଡ ୟୂନିୟନ ମାନେ ସାମିଲ ହୋଇଛନ୍ତି। ଜିଲ୍ଲାର ବ୍ୟାସନଗର, ଗୋପବନ୍ଧୁ ଛକ, ପାଣି କୋଇଲି, ଯାଜପୁର, ବିଞ୍ଝାରପୁର, ସମେତ ବିଭିନ୍ନ ସ୍ଥାନରେ ଏସୟୂସିଆଇ,ଆଇଏନଟିୟୂସି ,ଏଆଇଟିୟୂସି,ଓ ସିଆଇଟିୟୁ ପକ୍ଷରୁ ରାସ୍ତା ରୋକ ଓ ବନ୍ଦ ପାଳନ କରାଯାଇଛି। ଏହି ଅବସରରେ ଦୋକାନ ବଜାର ବନ୍ଦ କରିବା ସହିତ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯାଇଛି। ଖୋଲା ଯାଇଥିବା ବିଭିନ୍ନ ବ୍ୟାଙ୍କ ଗୁଡିକ ପାଖକୁ ଯାଇ କଂଗ୍ରେସ ଦଳର କ୍ରମି ମାନେ ବନ୍ଦ କରୁଥିବା ଦେଖିବାକୁ ମିଳିଛି। ରାସ୍ତା ଅବରୋଧ ଯୋଗୁଁ ଲୋକମାନେ ଘରୁ ପଦାକୁ ବାହାରି ଆସିଥିବା ଯୋଗୁଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Recent Post

Live Cricket Update