



ଢେଙ୍କାନାଳ ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ
ଜେ. ବି. ଏନ୍ (୨୬/୦୩/୨୦୨୧) ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ ୨୬ ମାର୍ଚ ଭାରତ୍ ବନ୍ଦ କୁ ଢେଙ୍କାନାଳ ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ତରଫରୁ ବାଇପାସ୍ ଠାରେ ଜିଲ୍ଲା ସଭାପତି ବିପ୍ରବର ସାହୁଙ୍କ ନେତୃତ୍ଵରେ ବନ୍ଦ ପାଳନ କରାଯାଇଥିଲା। ତିନି ଗୋଟି କଳା କୃଷି ଆଇନ ପ୍ରତ୍ୟାହାର ପାଇଁ ନାରା ବାଜି ଦିଆଯାଇଥିଲା। କିଷାନ କଂଗ୍ରେସ ଓ କଂଗ୍ରେସ କର୍ମୀ ମାନେ ସମର୍ଥନ କରି ବନ୍ଦ ପାଳନ ରେ ସାମିଲ ହୋଇଥିଲେ। ରାଜ୍ୟର ବରିଷ୍ଠ ସଦସ୍ୟ ଶଶାଙ୍କ ଶେଖର ରଥ ଉପଦେଷ୍ଠା କୈଳାଶ ଚନ୍ଦ୍ର ରାଉତ, ଓଡ଼ାପଡ଼ା ସଂଯୋଜକ ବରିଷ୍ଠ ସଂଗଠନ ସୁଧାକର ପରିଡା, ବ୍ଲକ କଂଗ୍ରେସ ସଭାପତି ସୁଶାନ୍ତ କୁମାର ଧଳ, କିଷାନ କଂଗ୍ରେସ ଓଡାପଡା ବ୍ଲକ ସଭାପତି କୁଞ୍ଜ ବିହାରୀ ସାହୁ, ଚଗଲା ପ୍ରଧାନ, ଗନ୍ଧର୍ବ ନାୟକ, ଧୃବରାଜ ମହାରଣା, ଜିଲ୍ଲା କିଷାନ କଂଗ୍ରେସ ଯୁଗ୍ମ ସମ୍ପାଦକ ଅଶୋକ କୁମାର ମହାପାତ୍ର, ଅମୂଳ୍ୟ କୁମାର ସାହୁ, ସୌଦାଗର ଜେନା, ଶତୃଘ୍ନ ମହାନ୍ତି, ପ୍ରଦୀପ ରାଉତ, ପ୍ରକାଶ ପରିଡା, ପ୍ରମୁଖ ନେତୃତ୍ଵ ମାନେ ବନ୍ଦ ପାଳନରେ ସହଯୋଗ କରିଥିଲେ। କେନ୍ଦ୍ର ସରକାର ତିନି ଟି କଳା କୃଷି ଆଇନ ପ୍ରତ୍ୟାହାର ନ କଲେ ଆନ୍ଦୋଳନ ଜାରି ରହିବ।