



ଦୁଇଦିନିଆ ଜଳ ମଳ ପରିମଳ ଓ କୋଭିଡ ସଚେତନ କାର୍ଯ୍ୟକ୍ରମ
ଜେ. ବି. ଏନ୍ (୨୬/୦୩ /୨୦୨୧) ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ଗୃହରେ ଓଡ଼ିଆ ଭାଷା ଓ ସାହିତ୍ୟ ସସ୍କୃତି ୟୁନିଲେପ୍ SCIFI ସହଯୋଗରେ ଦୁଇ ଦିନିଆ ଜଳ ମଳ ପରିମଳ ଓ କୋଭିଡ ସଚେତନତା କାର୍ଯ୍ୟକ୍ରମର ତାଲିମ୍ ଶିବିର ଉଦଘାଟନ ହୋଇଯାଇଛି ।ଜିଲ୍ଳା କଳା ସସ୍କୃତି ର ପରିଚାଳନାରେ ଅନୁଷ୍ଠିତ କରି ଶ୍ରୀମତି ଜିଲ୍ଲାପାଳ ତଥା ଜିଲ୍ଲା ସସ୍କୃତି ସଂଘ ର ସଭାପତି ଶ୍ରୀ ଭୂମେଶ ଚନ୍ଦ୍ର ବେହେରା ଉଦଘାଟନ କରି ଜଳ ପରିବହନକୁ ସୁପରିଚାଳନା କରି ବା ସହ ମୁହଁ ରେ ମାକ୍ସ, ହାତ କୁ ସାନିଟାଇଜର କରିବା ସହ ଦୂରତା ଅବଲମ୍ବନ କରି କୋଭିଡ କୁ କରୋନା ମହାମାରୀ କୁ ହରାଇବା ପାଇଁ ମତ ପ୍ରଦାନ କରିଥିଲେ। ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା ପରିଷ୍କାର ପରିଚାଳନା କରି କୋଭିଡ ନିୟମ ମାନି ଚଳିବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଦର୍ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ , ସୂଚନା ଲୋକ ସମ୍ପର୍କ ଅଧିକାରୀ ସତାଂସୁ ଶେଖର ଦାସ, ବରିଷ୍ଠ ଗବେଷକ ରାଜ୍ୟ ସଂଯୋଜକ ଓଡିଶା ଡଃ ହୃଦାନନ୍ଦ ମହାନ୍ତି, ପ୍ରମୁଖ ଯୋଗ ଦେଇ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟ ସସ୍କୃତି ଓଡିଶା ପ୍ରକଳ୍ପ ବାସୁଦେବ ମଳବିଶୋଇ ସ୍ୱାଗତ୍ ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଜିବିକା ସସ୍କୃତି ସଂଘ ର ଉପସଭାପତି ଅବନୀ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଜିଲ୍ଲା ସସ୍କୃତି ଅଧିକାରୀ ଶ୍ରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।