ସୁମଣ୍ଡଳ ଅଞ୍ଚଳରେ କମୁଛି କୃଷ୍ଣସାର ମୃଗ ଙ୍କ ସଂଖ୍ୟା, 

ସୁମଣ୍ଡଳ ଅଞ୍ଚଳରେ କମୁଛି କୃଷ୍ଣସାର ମୃଗ ଙ୍କ ସଂଖ୍ୟା, 

ବନ ବିଭାଗ ର କାର୍ଯ୍ୟଶୈଳୀ ସନ୍ଦେହ ଘେରରେ ! 

ଜେ ବି ଏନ, (ରିପୋର୍ଟ, ଟୁକୁନା ପ୍ରଧାନ), ବ୍ରହ୍ମପୁର ( ୨୭.୦୩.୨୦୨୧)-: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡ, ଖଲ୍ଲିକୋଟ ବନାଞ୍ଚଳ ଅନ୍ତର୍ଭୁକ୍ତ ସୁମଣ୍ଡଳ ବନପାଳ ସେକ୍ ସନ୍ ଅଞ୍ଚଳର ଅଙ୍ଗାରଗାଁ, କୁମ୍ଭାରଗାଁ, ତାଳସର, ଷଣ୍ଢମୂଳ, ସାଙ୍କୁଡା, ବଡ. ଖଇରଖମା, ବି. ନୂଆଗାଁ ଆଦି ଅଞ୍ଚଳରେ ସହ ସହ କୃଷ୍ଣସାର ମୃଗ ବିଚରଣ କରୁଥିଲେ । ଜମି ମାନଙ୍କରେ ଜନସାଧାରଣ ଙ୍କ ପାଖାପାଖି ମଧ୍ଯ ଏହି ମୃଗ ମାନେ ନିର୍ଭୟରେ ବିଚରଣ କରୁଥିବା ର ଦେଖିବାକୁ ମିଳୁଥିଲା । ବେଳେ ବେଳେ ମଧ୍ଯ ଏହି ମୃଗ ମାନେ ଗାଁ ଭିତର କୁ ପଶି ଆସୁଥିଲେ । ଆଗ ଅପେକ୍ଷା ମୃଗ ଆଉ ବେଶି ଦେଖା ଯାଉ ନାହାଁନ୍ତି। ଜମିରେ ଜନସାଧାରଣ ଙ୍କୁ ଦେଖିଲେ ମୃଗ ମାନେ ଭୟରେ ଦୌଡ଼ି ପଳାଇ ଯାଉଛନ୍ତି । ବନବିଭାଗର କର୍ମକର୍ତ୍ତା ଓ କିଛି ମାଂସାଶୀ ଲୋଲୁପ ଶିକାରୀ ଙ୍କ ଭିତରେ ମଧୁଚନ୍ଦ୍ରିକା ଯୋଗୁଁ ମୃଗ ସଂଖ୍ୟା ହ୍ରାସ ପାଉଛି ବୋଲି ସାଧାରଣରେ ଆଲୋଚନା ଚାଲିଛି ! ଏଥି ସହିତ ବନବିଭାଗ ର ଜାଣନ୍ତରେ ମୃଗ ମାଂସ ଭାୟା ଡାଇକି ଛକ ଦେଇ ବାଣପୁର ସମେତ ଅନ୍ୟ ସ୍ଥାନକୁ ରାତାରାତି ଚାଲାଣ ହେଉଛି ବୋଲି ଜନସାଧାରଣ ରେ ଆଲୋଚନା ଚାଲିଛି ! ବନ ବିଭାଗ କେବଳ କୃଷ୍ଣସାର ମୃଗ ସୁରକ୍ଷା ନେଇ ବିଭିନ୍ନ ସ୍ଥାନରେ ବଡ ବଡ ହୋର୍ଡ଼ିଂ ମାରି ନିଜର କାମ ସାରି ଦେଇ ଥିବା ପଶୁ ପ୍ରେମୀ ମାନେ କଥା ହେଉଛନ୍ତି । ପ୍ରକୃତପକ୍ଷେ ମୃଗ ସଂଖ୍ୟା କମିବାର କାରଣ ବନ ବିଭାଗ ନା ଲୋଲୁପ ଶିକାରୀ ନା ଅନ୍ୟ କିଛି ? ସରକାର କୋଟି କୋଟି ଟଙ୍କା କୃଷ୍ଣ ସାର ମୃଗ ଙ୍କ ସୁରକ୍ଷା ଦିଗରେ ଖର୍ଚ୍ଚ କରୁଥିବା ବେଳେ ବନ ବିଭାଗ କର୍ମଚାରୀ ଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ? ଦେଖାଯାଉ ଆଗକୁ ବନ ବିଭାଗ ମୃଗ ସୁରକ୍ଷା ଦିଗରେ କେତେ ତତ୍ପରତା ପ୍ରକାଶ କରୁଛି ଏବଂ କଣ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ! ଅଧିକାଂଶ ସମୟରେ ମଧ୍ଯ ଗାଡି ବସ୍ ଧକ୍କାରେ ମୃଗ ମାନେ ଗୁରୁତର ଭାବେ ଆହତ ହୋଇଥିବା ର ନଜରକୁ ଆସିଛି । ଏ ନେଇ ସୁମଣ୍ଡଳ ବନ ବିଭାଗ ଅଧିକାରୀ ଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ ସମ୍ଭବ ପର ହେ।ଇନଥିଲା ।

Recent Post

Live Cricket Update