ଏମ୍ କେ ସି ଜି ମେଡିକାଲ ର ଦିତୀୟ ଫାଟକ ଖୋଲିବା ନେଇ ଆଦେଶ ଦେଲେ ନ୍ୟାୟଳୟ 

ଏମ୍ କେ ସି ଜି ମେଡିକାଲ ର ଦିତୀୟ ଫାଟକ ଖୋଲିବା ନେଇ ଆଦେଶ ଦେଲେ ନ୍ୟାୟଳୟ 

 

 

ଜେ ବି ଏନ, ୨୭/୦୩ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ଦକ୍ଷୀଣ ଓଡ଼ିଶାର ସ୍ୱାସ୍ଥ୍ୟର ପ୍ରାଣକେନ୍ଦ୍ର ହେଉଛି MKCG ମେଡିକାଲ, ଦକ୍ଷୀଣ ଓଡିଶାର ବରହମପୁର, ଓ ଦକ୍ଷୀଣ ଓଡ଼ିଶାର ବହୁ ଗ୍ରାମ, ଏହି MKCG ଉପରେ ସମ୍ପୂର୍ଣ୍ଣ ନିରଭର କରିଥାନ୍ତି l ଏହି MKCG ର ଦୁଇଟି ଫାଟକ ରହିଛି. କିନ୍ତୁ ବିଡ଼ମ୍ବନା ର ବିଷୟ ଏହିକି ଆଜିକୁ ଦୀର୍ଘ ଦିନ ହେଲା ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଦ୍ଵିତୀୟ ଫାଟକଟି ବନ୍ଦ ରହିଅଛି l ଯାହା ଫଳରେ ଜଣେ ରୋଗୀ ଯଦି ବସଷ୍ଟାଣ୍ଡରେ ଓହ୍ଲାଏ, ଉକ୍ତ ରୋଗୀକୁ ଦୁଇ କିଲୋମିଟର ରାସ୍ତାକୁ ଅତିକ୍ରମ କିରିବାକୁ ପଡିଥାଏ l ଯାହା ଫଳରେ ଅବସ୍ଥା ସଙ୍ଗୀନ ଥିବା ରୋଗୀ ମୃତ ମୁଖରେ ପଡିଥାଏ l କିନ୍ତୁ ଦ୍ଵିତୀୟ ଫାଟକ ଦେଇ ରୋଗୀଟିଏ ଯାଇଥାନ୍ତା ମାତ୍ର ଅଧ କିଲୋମିଟର ରାସ୍ତା କୁ ଅତିକ୍ରମ କିରିବାକୁ ପଡିଥାନ୍ତା ଓ ରୋଗୀ ଉପକୃତ ହୋଇଥାନ୍ତେେ l କିନ୍ତୁ ନୂଆ ବସଷ୍ଟାଣ୍ଡ ଅଞ୍ଚଳରେ ବହୁମାତ୍ରାରେ ବେସରକାରୀ ଚିକିତ୍ସା କେନ୍ଦ୍ର ରହିଥିବାରୁ ରୋଗୀଟି ବସଷ୍ଟାଣ୍ଡ ରେ ଓହ୍ଲାଏ ଓ ବେସରକାରୀ ଚିକିତ୍ସା କେନ୍ଦ୍ର କୁ ଯାଇଥାଏ l ଆର୍ଥିକ ଶୋଷଣ ର ଶିକାର ହୋଇଥାନ୍ତି l MKCG କତୃପକ୍ଷ ଦ୍ଵିତୀୟ ଫାଟକ ବନ୍ଦ କରିବାର କାରଣ କଣ? ଦ୍ଵିତୀୟ ଫାଟକ ବନ୍ଦ ଯୋଗୁ ଘରୋଇ ଚିକିତ୍ସା କେନ୍ଦ୍ର ଲାଭବାନ୍ ହେଉନାହାନ୍ତି ତ???? MKCG ର ଦ୍ଵିତୀୟ ଫାଟକ ଖୋଲିବା ପାଇଁ ଭାରତ ବିକାଶ ପରିଷଦ ର ସୁରେନ୍ଦ୍ର ପାଣିଗ୍ରାହୀ

ବହୁବାର ଚେଷ୍ଟା କରି ବିଫଳ ହେବା ପରେ ନ୍ୟାୟାଳୟ ର ଆଶ୍ରୟ ଥିଲେ। ପରିଶେଷରେ ଭାରତ ବିକାଶ ପରିଷଦ ପକ୍ଷରୁ ଆଇନ୍ ଜୀବୀ ନରସିଂହ ମିଶ୍ର, ଓ ଏସ୍. କେ ରାଉତ ଙ୍କ ଚେଷ୍ଟା ଫଳରେ ମାନ୍ୟବର ନ୍ୟାୟାଳୟ ଦ୍ଵିତୀୟ ଫାଟକ ଖୋଲିବା ନିମନ୍ତେ କୋଡ଼ିଏ ଦିନର ସମୟ ଦେଇଛନ୍ତି। ଏହି ରାୟ ପାଇଁ ବରହମପୁର ବାସୀ ଙ୍କ ମନ ରେ ଖୁସି ର ଲହରୀ ଖେଳିଯାଇଛି।

Recent Post

Live Cricket Update