ଜୁନିୟର ରେଡ୍ କ୍ରସ୍ ପରାମର୍ଶ ଦାତା ତାଲିମ ଶିବିର ଉଦ୍ ଯାପିତ

ଜୁନିୟର ରେଡ୍ କ୍ରସ୍ ପରାମର୍ଶ ଦାତା ତାଲିମ ଶିବିର ଉଦ୍ ଯାପିତ

 

ଜେ ବି ଏନ୍ ୨୭/୦୩/୨୦୨୧ (ରିପୋର୍ଟ ସୁବ୍ରତ ସାମଲ) ଅନୁଗୋଳ: ଅନୁଗୋଳ  ଜିଲ୍ଲା ଜାତୀୟ ରେଡକ୍ରସ ପରାମର୍ଶ ଦାତା ତାଲିମ ଶିବିର ତା ୨୨ ମାର୍ଚ ରୁ ୨୬ ମାର୍ଚ ପର୍ଯ୍ୟନ୍ତ ସ୍ଥାନୀୟ ଜେଆରିସ ଭବନ ( ପୁରୁଣା ଡିଇଓ ଅଫିସ୍) ରେ ଅନୁଷ୍ଟିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଦ୍ୟାଳୟ ରୁ ୩୦ ଜଣ ପରାମର୍ଶ ଦାତା ଅଂଶ ଗ୍ରହଣ କରିଥିଲେ ଓଡିଶା ରାଜ୍ୟ ସଭାର ତତ୍ତ୍ୱାବଧାନ ରେ ଜିଲ୍ଲା ଜୁନିଅର ରେଡ୍ କ୍ରସ୍ ପକ୍ଷ୍ୟରୁ ଆୟୋଯିତ ଏହି ଶିବିରରେ ଉଦଯାପନ କାର୍ଯ୍ୟ କ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ କଳ୍ପନା ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରେଡ୍ କ୍ରସ୍ କାର୍ଯ୍ୟକ୍ରମ ଉପରେ ଆଲୋକ ପାତ କରିଥିଲେ ଜୁନିଅର ରେଡ୍ କ୍ରସ୍ ସମ୍ପାଦକ ତଥା ଅଲିପ ପ୍ରସାନ୍ତ କୁମାର ସିହ୍ନା ରେଡ୍ କ୍ରସ୍ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ ସମ୍ମାନିତ ଅତିଥି ଭାବେ ବରିଷ୍ଟ ସାଧନା କର୍ମୀ ରବିନ୍ଦ୍ର ନାଥ ସାହୁ ଏବଂ ନରେଶ ମହାରଣା ଜେଆରିସିଓ ଢେଙ୍କାନାଳ ପ୍ରମୁଖ ଉପସ୍ଥିତ ଥିଲେଏହି କାର୍ଯ୍ୟକ୍ରମରେ ରେ ରାଜ୍ୟ ଓ ଜିଳ୍ଲାର ପ୍ରଶିକ୍ଷକ ଭାବେ ଢେଙ୍କାନାଳ ଜିଲ୍ଲା ର ବରିଷ୍ଠ ସାଧନା କର୍ମୀ ବିପିନ ବିହାରୀ ଶତପତି, ଅନୁଗୋଳ ଜିଲ୍ଲାର ପ୍ରଦୋଷ କୁମାର ଶତପଥୀ ଜରୁରୀ କାଳୀନ ବିଗ୍ରହ, ପ୍ରଫୁଲ କୁମାର ଦାସ ରକ୍ତ ବିଗ୍ରହ ଭଣ୍ଡାର ବିଭାଗ ମନୋରଞ୍ଜନ ବିଶ୍ଵାଳ ଜିଲ୍ଲା ଅଗ୍ନିଶମ ବିଭାଗର ଅଧିକାରୀ ଗିରିଷ ଚନ୍ଦ୍ର ତ୍ରିପାଠୀ ଅତିରିକ୍ତ ମୋଇଜାନ ଅଧିକାରି ଜିଲ୍ଲା ସାଧନ କର୍ମୀ ବିନୋଦ ଦେହୁରୀ ଓ ପ୍ରମୋଦ କୁମାର ମିଶ୍ର ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ମନୋଜ କୁମାର ପ୍ରଧାନ, ବାବୁଲି ଗଡନାୟକ ଶିବରାମ ସାହୁ ଓ ସୁରେଶ ଗଡନାୟକ ସହୋଯାଗ କରିଥିଲେ ଶିବିରର ସମସ୍ତ ପ୍ରଶିକ୍ଷଣ କୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ବୃନ୍ଦ ମାନେ ପତ୍ର ପ୍ରଦାନ କରିଥିଲେ। ଶେଷରେ ଜିଲ୍ଲା ଜୁନିଅର ରେଡ୍ କ୍ରସ୍ ଅଧିକାରୀ ଦୁଯୌଧନ ଗୁରୁ ଧନ୍ଯ ବାଦ ଦେଇଥିଲେ।

Recent Post

Live Cricket Update